ଆସ୍ଥା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ

Advertisment
ଆସ୍ଥା ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଜାତୀୟସ୍ତରୀୟ ସମ୍ମିଳନୀ

Careers360

ବାଲିଅନ୍ତା: ବାଲିଅନ୍ତା ଅଟଳାସ୍ଥିତ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ନାଲ୍‌କୋର ମାନବ ସମ୍ବଳ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବଢ଼ାଇବାର ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍‌ର ମାନବ ସମ୍ବଳ ମୁଖ୍ୟ ସୁନୀଲ ଦାଶ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ସମୟର ସଦୁପଯୋଗ ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରମୁଖ ବକ୍ତା ଅମନୟା କର୍ପୋରେସନ ୟୁଏସଏର ବୋର୍ଡ ମେମ୍ବର ପ୍ରାର୍ଥସାରଥୀ ମିଶ୍ର କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ସୃଷ୍ଟି କରିବା ପାଇଁ ଆନନ୍ଦମୟ ପରିବେଶର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଏହି ଅବସରରେ ଏକ ପତ୍ରିକାକୁ ଶ୍ରୀ ପଞ୍ଚମୁଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ବିଜୟ ପାତ୍ର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସଂପାଦକ ଡ. ବଙ୍କିମ ମହାନ୍ତି ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ. ଶର୍ମିଳା ସୁବ୍ରମନିୟମ ଅଭିଭାଷଣ ଦେଇଥିଲେ। ସମ୍ମିଳନୀରେ ଆଇଏମଆଇ ଭୁବନେଶ୍ୱରର ପ୍ରଫେସର ସୁପ୍ରୀତି ମିଶ୍ର ଏବଂ ସିଏଚଡିଏନଲଆରର ସଭାପତି ଡ. ଆରକେଏସ ମଙ୍ଗେସ ଦାଶ, ବିପିୟୁଟିର ମ୍ୟାନେଜମେଣ୍ଟ ଡିନ୍‌ ପ୍ରଫେସର ଶକ୍ତିରଞ୍ଜନ ମହାପାତ୍ର, ବିଏପିଏସ ଆସୋସିଏଟର ପାର୍ଟନର ଡ. ପୃଥ୍ବୀରଞ୍ଜନ ପାଢ଼ୀ, ଶ୍ରୀଶ୍ରୀବିଶ୍ବବିଦ୍ୟାଳୟର ପ୍ରଫେସର ବିଜୟଲକ୍ଷ୍ମୀ ମହାନ୍ତି ଏବଂ ନାଲକୋର ପୂର୍ବତନ କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଅମିୟ ପଟ୍ଟନାୟକ ଉପସ୍ଥିତ ଥିଲେ। ପ୍ରଫେସର ବିଷ୍ଣୁପ୍ରସାଦ କର ସ୍ବାଗତଭାଷଣ ଓ ପ୍ରଫେସର ଅଶୋକ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ସମ୍ମିଳନୀକୁ ପ୍ରଫେସର ଜିନାଶିଷ ମହାନ୍ତି, ପ୍ରଫେସର ନନ୍ଦିତା ମହାପାତ୍ର, ପ୍ରଫେସର ଅଭୀପ୍ସା ମିଶ୍ର, ପ୍ରଫେସର ରୁପାଲି ପାଇକାରାୟ ଏବଂ ପ୍ରଫେସର୍‌ ସ୍ଥିତିପ୍ରଜ୍ଞା ବିଶ୍ବାଳ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe