ରାଜନୈତିକ ଦଳ କେନ୍ଦ୍ରୀୟ ସୂଚନା କମିସନଙ୍କ ନିର୍ଦେଶ ପାଳନ କରନ୍ତୁ

ପଞ୍ଚମ ଜାତୀୟ ସୂଚନା ଅଧିକାର ସମ୍ମିଳନୀ ଉଦ୍‌ଯାପିତ

ରାଜନୈତିକ ଦଳ କେନ୍ଦ୍ରୀୟ ସୂଚନା କମିସନଙ୍କ ନିର୍ଦେଶ ପାଳନ କରନ୍ତୁ

ଭୁବନେଶ୍ୱର : ଏନ୍‌ସିପିଆର୍‌ଆଇ ପକ୍ଷରୁ ଉତ୍କଳ ମଣ୍ଡପରେ ଚାଲିଥିବା ପଞ୍ଚମ ଜାତୀୟ ସୂଚନା ଅଧିକାର ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିସନର ଆର.କେ ମାଥୁର ଯୋଗ ଦେଇଥିଲେ।

ଏହି ଅବସରରେ ଶ୍ରୀ ମାଥୁର କହିଲେ, ଦେଶରେ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ଦିଗରେ ସୂଚନା ଅଧିକାର ଓ ମାନବାଧିକାର କର୍ମୀଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ହ୍ଵିସଲ ବ୍ଲୋୟର୍ସ ଆଇନ, ଲୋକପାଳ-ଲୋକାୟୁକ୍ତ ଆଇନ ଭଳି ଦୁର୍ନୀତି ବିରୋଧୀ ଆଇନକୁ ତୁରନ୍ତ ଲାଗୁ କରିବାର ଆବଶ୍ୟକତା ରହିଛି। ସୂଚନା ଅଧିକାର ଆଇନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ରୀୟ କମିସନ କାର୍ଯ୍ୟ କରୁଛି। ମାମଲାଗୁଡ଼ିକର ତ୍ୱରିତ ବିଚାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରାଜ୍ୟ ସୂଚନା କମିସନଙ୍କ ସହ ସମନ୍ଵୟ ରଖିବା ପାଇଁ ମଧ୍ୟ ଯୋଜନା ହୋଇଛି। ଯାହାଫଳରେ ସୂଚନା ପାଇବାକୁ ଚାହୁଁଥିବା ଲୋକଙ୍କ ସମସ୍ୟା କମ୍‌ ହୋଇପାରିବ। ବିଭିନ୍ନ ବିଭାଗ ଗୁଡ଼ିକ ନିଜ ଆଡ଼ୁ ସୂଚନା ପ୍ରକାଶ କରିବା କାର୍ଯ୍ୟକୁ ସମୀକ୍ଷା କରିବା ଓ ସେମାନଙ୍କ ର‍୍ୟାଙ୍କି କରାଯିବ ବୋଲି ଶ୍ରୀ ମାଥୁର କହିଥିଲେ।

ପୂର୍ବତନ ସୂଚନା କମିସନର ଶୈଳେଶ ଗାନ୍ଧି କହିଲେ, ୨୦୧୩ ମସିହାରେ ୬ଟି ରାଜନୈତିକ ଦଳକୁ କେନ୍ଦ୍ରୀୟ ସୂଚନା କମିସନ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିଥିଲେ। ମାତ୍ର ସେମାନେ ଏହାକୁ କାର୍ଯ୍ୟକାରୀ କରି ନାହାନ୍ତି କି ଜନ ସୂଚନା ଅଧିକାରୀ ନିଯୁକ୍ତ କରି ନାହାନ୍ତି। ନିର୍ଦେଶନାମାକୁ ପାଳନ କରି ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ତଥ୍ୟ ପ୍ରଦାନ ପାଇଁ ଜନ ସୂଚନା ଅଧିକାରୀ ନିଯୁକ୍ତି କରନ୍ତୁ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକା ପ୍ରେମିଳା ଫିଲିପୋସ, ଲିଖିଲ ଦେ, ଭେଙ୍କଟେସ୍‌ ନାୟକ ପ୍ରମୁଖ ବିଭିନ୍ନ ବିଷୟ ଉପରେ ବକ୍ତବ୍ୟ ରଖିଥିଲେ।

ଏହି ସମ୍ମିଳନୀରେ ଭୁବନେଶ୍ୱର ପ୍ରସ୍ତାବ ନାଁରେ ୨୭ଟି ପ୍ରସ୍ତାବ ପାରିତ ହୋଇଥିଲା। ପରେ ମାରା ରାଓଙ୍କ ଦ୍ୱାରା ଆର୍‌ଟିଆଇ ବିଷୟ ଉପରେ ନୃତ୍ୟକଳା ପ୍ରଦର୍ଶିତ ହୋଇଥିଲା। ଏହାସହ ସୂଚନା ଅଧିକାର ଉପରେ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟରୁ ୧ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ପ୍ରତାପ ସାହୁ, ସଚ୍ଚିକାନ୍ତ ପ୍ରଧାନ, ଶ୍ରୀକାନ୍ତ ପାକଳ, ସଂଯୁକ୍ତା ପାଣିଗ୍ରାହୀ, ଭାବନା ନନ୍ଦ ଓ ଅଖଣ୍ଡ ପ୍ରମୁଖ ଏହି ସମ୍ମିଳନୀର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe