ଆରମ୍ଭ ହେଲା ଜାତୀୟସ୍ତରୀୟ ମେଳା ‘ଗାନ୍ଧୀ ଶିଳ୍ପ ବଜାର’

Advertisment

ଭାଗ ନେଲେ ୧୬ ରାଜ୍ୟରୁ ୧୦୦ ଶିଳ୍ପୀ ଓ କାରିଗର

ଭାଗ ନେଲେ ୧୬ ରାଜ୍ୟରୁ ୧୦୦ ଶିଳ୍ପୀ ଓ କାରିଗର

ଆରମ୍ଭ ହେଲା ଜାତୀୟସ୍ତରୀୟ ମେଳା ‘ଗାନ୍ଧୀ ଶିଳ୍ପ ବଜାର’

ଭୁବନେଶ୍ବର,: ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିକାଶ ଆୟୁକ୍ତ (ହସ୍ତଶିଳ୍ପ) ଆର୍ଥିକ ସହାୟତାରେ ଏକାମ୍ର ହାଟରେ ଆଜି ‘ଗାନ୍ଧୀ ଶିଳ୍ପ ବଜାର-୨୦୨୨’ ଉଦ୍‌ଘାଟିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ରିତା ସାହୁ ଏହାକୁ ଉଦ୍‌ଘାଟନ କରିଥିଲେ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଜାତୀୟସ୍ତରୀୟ ପ୍ରଦର୍ଶନୀରେ ୧୬ଟି ରାଜ୍ୟରୁ ୧୦୦ଜଣ ଶିଳ୍ପୀ ଓ ହସ୍ତଶିଳ୍ପ କାରିଗର ଭାଗ ନେଇଛନ୍ତି।

ମେଳାରେ ଓଡ଼ିଶା ସମେତ ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଉତ୍ତରପ୍ରଦେଶ, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ସିକିମ, ହରିୟଣା, ଦିଲ୍ଲୀ, ଜମ୍ମୁ ଓ କଶ୍ମୀର, ତେଲେଙ୍ଗାନା ଓ ଉତ୍ତରାଖଣ୍ଡରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା, ପଥର ଖୋଦେଇ, କାଠ ଖୋଦେଇ, ସବାଇ ଘାସ, ଗୋଲ୍‌ଡେନ ଗ୍ରାସ ଶିଳ୍ପ, କଣ୍ଢେଇ, ଚାନ୍ଦୁଆ, ପଟ୍ଟଚିତ୍ର, ରୁପା ତାରକସୀ, ଆଦିବାସୀ ଜୁଏଲାରୀ, ଶିଙ୍ଘ, ବାଉଁଶ ବେତ, କତା ଶିଳ୍ପ, ଶୀତଳପଟ୍ଟି, ତାଳପତ୍ର ଖୋଦେଇ, ଲାଖ, ଶାମୁକା, ରାଜସ୍ଥାନୀ ଚିତ୍ରଶିଳ୍ପ, ମଧୁବଣୀ ଚିତ୍ର, କାରପେଟ୍‌, ଲୌହ ଶିଳ୍ପ, ଫୁଲକାରୀ, ଚମଡ଼ା ସାମଗ୍ରୀ, ଢୋକ୍ରା, ଜରୀ କାମ, କଂସା ଓ ପିତ୍ତଳ, ସିକ୍କି କ୍ରାଫ୍ଟ, ମଦୁର କାଠି ଓ ଟେରାକୋଟା ଭଳି ୩୦ରୁ ଅଧିକ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି। ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ତଥା ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମାଭକ୍ତ ମିଶ୍ର, ବିକାଶ ଆୟୁକ୍ତ (ହସ୍ତଶିଳ୍ପ)ର ସହକାରୀ ନିର୍ଦ୍ଦେଶକ ଅଶୋକ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ମେଳା ଆସନ୍ତା ୧୪ ତାରିଖ ଯାଏ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe