ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ: ମନମୋହୁଛି ସୋନପୁର ଶାଢ଼ିକୁ ଗୁଜରାଟ ଅଳଙ୍କାର

Advertisment

ବୟନିକା ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ’ରେ ପ୍ରବଳ ଭିଡ଼ ଜମୁଛି। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଚାଲିଥିବା ଏହି ପ୍ରଦର୍ଶନୀରେ ୨୨୫ଟି ଷ୍ଟଲ୍‌ରେ ଓଡ଼ିଶାର ସମ୍ବଲପୁରୀ.....

ବୟନିକା ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ’ରେ ପ୍ରବଳ ଭିଡ଼ ଜମୁଛି। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଚାଲିଥିବା ଏହି ପ୍ରଦର୍ଶନୀରେ ୨୨୫ଟି ଷ୍ଟଲ୍‌ରେ ଓଡ଼ିଶାର ସମ୍ବଲପୁରୀ.....

dgdgdgdg

ଭୁବନେଶ୍ୱର: ବୟନିକା ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ‘ଜାତୀୟ ହସ୍ତତନ୍ତ ପ୍ରଦର୍ଶନୀ’ରେ ପ୍ରବଳ ଭିଡ଼ ଜମୁଛି। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଚାଲିଥିବା ଏହି ପ୍ରଦର୍ଶନୀରେ ୨୨୫ଟି ଷ୍ଟଲ୍‌ରେ ଓଡ଼ିଶାର ସମ୍ବଲପୁରୀ, ସୋନପୁରୀ, ବମକାଇ, ଖଣ୍ଡୁଆପାଟ, ପଶ୍ଚିମବଙ୍ଗର ଜାମଦାନି, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ି ଓ କର୍ଣ୍ଣାଟକର ସିଲ୍କ ଶାଢ଼ି ସହିତ ରାଜ୍ୟ ତଥା ରାଜ୍ୟ ବାହାରର ଅଳଙ୍କାର, ଔଷଧୀୟ ସାମଗ୍ରୀ, ଟେରାକୋଟା ଗ୍ରାହକଙ୍କ ପସନ୍ଦ ପାଲଟିଛି। ଏପ୍ରିଲ୍‌ ୧ ତାରିଖ ଯାଏ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଶାଢ଼ି ଓ ଘରସଜା ସାମଗ୍ରୀକୁ ଗୃହିଣୀ ବେଶ୍‌ ପସନ୍ଦ କରୁଛନ୍ତି। 

ଶାଢ଼ିରେ ପର୍ବପର୍ବାଣିର ଝଲକ
ପ୍ରଦର୍ଶନୀରେ ପ୍ରମୁଖ ଆକର୍ଷଣ ପାଲଟିଛି ସୋନପୁରର ଶ୍ରୀବିନାୟକ ସମିତିର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ପାଟ ଓ ବାନ୍ଧ ଶାଢ଼ି। ବୁଣାକାରମାନେ ଶାଢ଼ିରେ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ଯେପରିକି ରଜ, ବୋଇତବନ୍ଦାଣ, ରଥଯାତ୍ରା, ଆଦିବାସୀଙ୍କ ନୃତ୍ୟର ଚିତ୍ର ଅଙ୍କିଛନ୍ତି। ଏପରି ଧରଣର ଶାଢ଼ି ଲୋକଙ୍କୁ ବେଶ୍‌ ଆକର୍ଷିତ କରିପାରୁଛି। ତେବେ ପ୍ରମୁଖ ଆକର୍ଷଣ ପାଲଟିଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଡାଲଖାଇ, ବିଚିତ୍ରାପୁରୀ ଓ ବାନ୍ଧ ଶାଢ଼ି। ଶାଢ଼ିରେ ଥିବା ସୂଷ୍ମ କାରିଗରୀ ଓ ଚିତ୍ର ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରୁଛି ବୋଲି ବ୍ୟବସାୟୀ ମତ ଦେଇଛନ୍ତି। ଏଗୁଡ଼ିକର ମୂଲ୍ୟ ୫ ହଜାରରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। 

ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, କାର୍ପେଟ୍‌ର ଚାହିଦା ଗୁଜୁରାଟର ଅକ୍ସିଡାଇଜ, ରୁପା, ଶାମୁକା, ସୂତା କପଡ଼ା ତଥା ଅନ୍ୟାନ୍ୟ ସାମଗ୍ରୀରେ ପ୍ରସ୍ତୁତ କାନଫୁଲ, ଚୁଡ଼ି, ଅଣ୍ଟାସୂତା, ମୁଦି ଆଦି କିଣିବାକୁ ଯୁବତୀ ଓ ମହିଳାମାନଙ୍କର ଭିଡ଼ ଜମୁଛି। ଶାଢ଼ି ଓ ଲେହେଙ୍ଗାରେ ଏହି ଗହଣାଗୁଡ଼ିକ ବେଶ୍‌ ମାନୁ ଥିବାରୁ ଏହାର ଚାହିଦା ରହିଛି। କେବଳ ସେତିକି ନୁହେଁ ପାରମ୍ପରିକ ଡିଜାଇନ ଥିବା ଵାଲ୍‌ ହ୍ୟାଙ୍ଗିଙ୍ଗ, କାର୍ପେଟ, ତକିଆ କଭର, କମଳ, ଡାଇନିଂ କଭର ଆଦିର ମଧ୍ୟ ଚାହିଦା ଦେଖିବାକୁ ମିଳିଛି। ଏଗୁଡିକର ମୂଲ୍ୟ ୧୦୦ଟଙ୍କାରୁ ଆରମ୍ଭ ହୋଇ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ବୋଲି ବ୍ୟବସାୟୀ ହରପାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe