କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାତୀୟ ରାଜପଥ ଅବରୋଧ

Advertisment
କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଜାତୀୟ ରାଜପଥ ଅବରୋଧ

ଭୁବନେଶ୍ବର : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସିଆଇଟିୟୁ, ଗଣତାନ୍ତ୍ରିକ ମହିଳା ସମିତି ଓ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍‌ ପକ୍ଷରୁ ସତ୍‌ସଙ୍ଗ ବିହାର ଛକଠାରେ ରାସ୍ତାରୋକ କରାଯାଇଥିଲା। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ବିକ୍ଷୋଭକାରୀ ରାସ୍ତାରୋକ କରିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

କୃଷକଙ୍କ ଆନ୍ଦୋଳନକୁ କେନ୍ଦ୍ର ସରକାର ଯେଉଁଭଳି ଭାବେ ଦମନ କରିଛନ୍ତି, ବିକ୍ଷୋଭକାରୀ ଏହାର ନିନ୍ଦା କରିବା ସହିତ ପ୍ରତିବାଦ କରିଥିଲେ। ବିକ୍ଷୋଭକାରୀ କହିଛନ୍ତି, କେନ୍ଦ୍ର ସରକାର କୃଷିବିରୋଧୀ କୃଷି ଆଇନ-୨୦୨୦ ଓ ଜନବିରୋଧୀ ବିଦ୍ୟୁତ୍ ବିଲ ୨୦୨୦ ପ୍ରତ୍ୟାହାର କରନ୍ତୁ। ଆଜିର ବିକ୍ଷୋଭରେ ସିଆଇଟିୟୁ ଭୁବନେଶ୍ବର କମିଟିର ଯୁଗ୍ମ ସଂପାଦକ ପ୍ରଭାତ ପାଣିଗ୍ରାହୀ, ଡିୱାଇଏଫ୍‌ଆଇର ରାଜ୍ୟ ସଂପାଦକ ଯତୀନ ମହାନ୍ତି, ଗାଣତାନ୍ତ୍ରିକ ମହିଳା ସମିତିର କେନ୍ଦ୍ରୀୟ ନେତ୍ରୀ ତାପସୀ ପ୍ରହରାଜ, ଭୁବନେଶ୍ବର ସଂପାଦିକା ମିନତି ପାଣିଗ୍ରାହୀ, ବିମଳୀ ନାୟକ, ନିରୁପମା ନାୟକ ଓ ବର୍ଷା ନାୟକ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe