ଜାତୀୟ ରାଜପଥରୁ ପାଣି ନିଷ୍କାସନ ସଫା ହେଲା ଡ୍ରେନ୍‌

ଡ୍ରେନ୍‌ ଉପରୁ ଜବରଦଖଲ ଉଠାଇବାକୁ ବିଏମ୍‌ସି ପ୍ଲାନ୍‌ କରିବ

ଜାତୀୟ ରାଜପଥରୁ ପାଣି ନିଷ୍କାସନ ସଫା ହେଲା ଡ୍ରେନ୍‌

ଭୁବନେଶ୍ୱର: ଜାତୀୟ ରାଜପଥ-୧୬ର ଇସ୍କନ ମନ୍ଦିର ସମ୍ମୁଖରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ବୁଧବାର ସାଇଫନ୍‌ ଭଙ୍ଗା ଯାଇଥିବାବେଳେ ଆଜି ନୂଆପଲ୍ଲୀ ବେହେରା ସାହି ପାର୍ଶ୍ୱ ଡ୍ରେନ୍‌ ସଫା ହୋଇଛି। ଏବେ ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। କ୍ରିଷ୍ଣା ଟାଓ୍ଵାର ନିକଟରେ ଥିବା ସାଇଫନ୍‌ରୁ ବାହାରିଥିବା ଦୁଇଟି ଡ୍ରେନ୍‌ରୁ ଗୋଟିଏ ଡ୍ରେନ୍‌ ମାଟି ଓ ଆବର୍ଜନାରେ ପୋତି ହୋଇଯାଇଥିବାରୁ ଏହାକୁ ଦୁଇ ଦିନରେ ସଫା କରାଯାଇଛି। ପ୍ରାୟ ୬୦ମିଟର ଲମ୍ବରେ ଏହି ଡ୍ରେନ୍‌ ସଫେଇ ହୋଇଛି। ଏହାସହ ବର୍ଷା ଜଳ ଯେପରି ସିଧା ଯାଇ ମୁଖ୍ୟ ଡ୍ରେନ୍‌- ୧୦ରେ ମିଶିବ ଏବଂ ବର୍ତ୍ତମାନ ଥିବା ଡ୍ରେନ୍‌ ଉପରେ କେତେ ଜବରଦଖଲ ଅଛି, ଏହାର ସମାଧାନ କିପରି କରାଯିବ ସେନେଇ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ବିଏମ୍‌ସି ଡ୍ରେନେଜ୍‌ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି। ନିର୍ବାହୀ ଯନ୍ତ୍ରୀ ପ୍ଲାନ୍‌ ଦେବା ପରେ ଆବଶ୍ୟକୀୟ ଉଚ୍ଛେଦ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ସାଇଫନ୍‌ ଉଚ୍ଚା କରାଯାଇଥିବାରୁ ଏବଂ ଡ୍ରେନ୍‌ ସଫେଇ ହୋଇପାରି ନଥିବାରୁ ଜାତୀୟ ରାଜପଥ ଉପରେ ଯେତିକି ପାଣି ଜମା ହେଉଛି ସେତିକି ପାଣି ନିଷ୍କାସନ ପାଇଁ ବାଟ ନଥିଲା। ବହୁତ କମ୍‌ ପାଣି ନିଷ୍କାସନ ହେଉଥିବାରୁ ରାସ୍ତାରେ ପାଣି ଜମା ହୋଇ ଯାଉଥିଲା। ତେଣୁ ବର୍ତ୍ତମାନ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ବର୍ଷା ଜଳ ଆଉ ଜମିବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe