ଜାତୀୟସ୍ତରୀୟ କଳିଙ୍ଗ କନ୍ୟାରତ୍ନ ମହୋତ୍ସବ

Advertisment
ଜାତୀୟସ୍ତରୀୟ କଳିଙ୍ଗ କନ୍ୟାରତ୍ନ ମହୋତ୍ସବ

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ସ୍ବାଗତିକା’ ପକ୍ଷରୁ ଜାତୀୟସ୍ତରୀୟ କଳିଙ୍ଗ କନ୍ୟା ମହୋତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ୫୦୦ରୁ ଅଧିକ ଝିଅ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସନ୍ଧ୍ୟାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଚଳଚ୍ଚିତ୍ର ପ୍ରଯୋଜକ ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲର ଅଧ୍ୟକ୍ଷ ବି.ଏନ୍‌. ପଟ୍ଟନାୟକ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ବିହାରୀ ମିଶ୍ର, ଲାୟନ ବିପିନ ବିହାରୀ ନାୟକ, ମହାକାଳୀ ଶାଢ଼ିର ମୁଖ୍ୟ ବିତରକ ସରୋଜ କୁମାର ସୁନ୍ଦରକା ଏବଂ ଓଡ଼ିଶା ପ୍ରତିନିଧି ମିତେଶ କାନୋଡିଆ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ ଓଡ଼ିଆ ବିମାନ ଚାଳିକା ସେଲ୍‌ବି ମିଶ୍ର, ଅଭିନେତ୍ରୀ ଭୂମିକା ଦାସ, ସାଇନି ମହାନ୍ତି, ପିଙ୍କି ପ୍ରିୟଦର୍ଶିନୀ, ଉପସ୍ଥାପିକା ପ୍ରେରଣା ଦୀକ୍ଷିତ, ଆଦିତି ମହାନ୍ତି ଓ ଯୋଗସାଧିକା ସୁସ୍ମିତାରାଣୀ ରାଉତଙ୍କୁ ‘କଳିଙ୍ଗ କନ୍ୟାରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏଥିସହ ୩୦ଜଣ କୃତୀ ପ୍ରତିଯୋଗୀଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅସିତ କୁମାର ମହାନ୍ତି, ଉପସଭାପତି ମାନସ କୁମାର କାନୁନ୍‌ଗୋ ଓ ସାଂସ୍କୃତିକ ସମ୍ପାଦକ ରାମଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe