ଭୁବନେଶ୍ୱର: ‘ରାଜ୍ୟ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ’ ପକ୍ଷରୁ ପାଠାଗାର ଆନ୍ଦୋଳନର ଜନକ ଏସ୍ ଆର୍ ରଙ୍ଗନାଥନ୍ ଜୟନ୍ତୀ ଉତ୍ସବ ତଥା ଜାତୀୟ ପାଠାଗାର ଦିବସ ରାଜ୍ୟ ଅଭିଲେଖାଗାର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ, ରାଜ୍ୟରେ ଶିକ୍ଷାର ପ୍ରଗତି ଓ ସମୟୋଚିତ ପରିବର୍ତନରେ ପାଠାଗାରର ଭୂମିକା ମହତ୍ୱପୂର୍ଣ୍ଣ। ରଣପୁର ବିଧାୟକ ତଥା ସଂଘର ସଭାପତି ରବୀନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ପିଏନ୍ କଲେଜ ଅଫ୍ ଲାଇବ୍ରେରି ସାଇନ୍ସର ଅଧ୍ୟକ୍ଷ ଲଲାଟେନ୍ଦୁ କେଶରୀ ଭୋଳ ମୁଖ୍ୟବକ୍ତା ଭାବେ, ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଧନଞ୍ଜୟ ସ୍ୱାଇଁ ଓ ସଂଘର ପୂର୍ବତନ ସଂପାଦକ ଅର୍ଜୁନ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନନ୍ଦକିଶୋର ଧୀର ଅତିଥି ପରିଚୟ ଦେଇଥିଲେ। ସଂପାଦକ ପ୍ରଦୀପ୍ତ କୁମାର ସାହୁ ସଂପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଘ ତରଫରୁ ଗ୍ରନ୍ଥାଗାରିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ପ୍ରଧାନ, ଆଦିତ୍ୟ କୁମାର ମିଶ୍ର, ଶିବଚରଣ ସାହୁ, ସୁଶାନ୍ତ କୁମାର ରାଉତ, ଦୀନବନ୍ଧୁ ପରିଡ଼ା, ସତ୍ୟନାରାୟଣ ବରାଳ ଓ ଲଲାଟ କିଶୋର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us