ବଡ଼ଗଡ଼ ସରକାରୀ ହାଇସ୍କୁଲରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

Advertisment
ବଡ଼ଗଡ଼ ସରକାରୀ ହାଇସ୍କୁଲରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ

ଭୁବନେଶ୍ବର: ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଉପଲକ୍ଷେ ଆଜି ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିଜ୍ଞାନ ଏକାଡେମି ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକାଡେମିର ସଭାପତି ବିଭୂତି ଭୂଷଣ ମିଶ୍ର ସଭାପତିତ୍ୱ କରିଥିଲେ।

ଓଡ଼ିଶା ଏନ୍‌ଭାର୍ନମେଣ୍ଟାଲ୍ ସୋସାଇଟିର ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା ବିଜ୍ଞାନ ଏକାଡେମି ସମ୍ପାଦକ ଆଶିଷ ମହାନ୍ତି, ବିଦ୍ୟାଳୟର ମେଣ୍ଟର୍ ତଥା ମୋ’ ସ୍କୁଲ କମିଟିର ସମ୍ପାଦକ ପ୍ରତାପ କୁମାର ଜେନା ଏବଂ ଅନ୍ୟତମ ବରିଷ୍ଠ ସଦସ୍ୟ ସଂଗ୍ରାମ କେଶରୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋଜା ମଞ୍ଜରି ସାହୁ ଧନ୍ୟବାଦ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଭୁ କଲ୍ୟାଣ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫରୁ ବିଜ୍ଞାନ ଭିତ୍ତିକ ପରୀକ୍ଷାର ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe