ପଥପ୍ରାନ୍ତ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଆଶାଏଁ

Advertisment

ଜାତୀୟ ପ୍ରଥପ୍ରାନ୍ତ ଶିଶୁ ଦିବସ

ଜାତୀୟ ପ୍ରଥପ୍ରାନ୍ତ ଶିଶୁ ଦିବସ

ପଥପ୍ରାନ୍ତ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଆଶାଏଁ

ଭୁବନେଶ୍ୱର : ଆଶାଏଁ ପକ୍ଷରୁ ଚତୁର୍ଥ ଜାତୀୟ ପ୍ରଥପ୍ରାନ୍ତ ଶିଶୁଦିବସ ଆଜି ସ୍ଥାନୀୟ ଏକାମ୍ର ହାଟଠାରେ ପାଳିତ ହୋଇଯାଇଛି। ପ୍ରାୟ ୩୦ ଜଣ ଯୁବସାଥୀଙ୍କ ନିରବଚ୍ଛିନ୍ନ ପ୍ରୟାସରେ ଆଶାଏଁ ନାମକ ଅଭିଯାନ ଦୀର୍ଘ ଚାରି ବର୍ଷ ଧରି ରାଜଧାନୀର ନୀରିିହ ପିଲାମାନଙ୍କୁ ଜୀବନରେ ବଞ୍ଚିବାର ନୂତନ ମୂଲ୍ୟବୋଧ ଶିଖାଇବାରେ ପ୍ରୟାସ କରୁଛି। ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହି ପିଲାମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିବା।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସଚିବ ନୀତିନ୍‌ ଚନ୍ଦ୍ରା ଓ ଶ୍ରମ କମିସନର୍‌ ସଚିନ ରାମଚନ୍ଦ୍ର ଯାଦବ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଡ. ପ୍ରତାପ ରଥ, ସଂଗ୍ରାମ ପାଇକରାୟ, ପ୍ରହଲ୍ଲାଦ ସିଂହ, ଗୌତମବୁଦ୍ଧ ଦାସ, ଦେବରାୟ କଲେଜର ଅଧ୍ୟକ୍ଷ ଡ. ରଜନୀ ରଞ୍ଜନ, ଶୁଭଶ୍ରୀ ଦାସ, ମୀରା ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ସମସ୍ୟା ଓ ତାହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ସିନେ ତାରକା ଦୁଷ୍ମନ୍ତ ପଣ୍ଡା, କାଜଲ ମିଶ୍ର, ଆହାନା ବରାଳ, ସଲିଲ ମିତ୍ର, ଅସ୍ମିନ୍‌ ତ୍ରିପାଠୀ, ପ୍ରେରଣା ପ୍ରତୀକ୍ଷା, ପିଙ୍କି ପ୍ରଧାନ ପିଲାମାନଙ୍କ ସହ ମିଶି ଏକ ନିଆରା ପରିବେଶ ସୃଷ୍ଟି କରିଥିଲେ। ଏହି ବାସହୀନ ନୀରିହ ପିଲାମାନେ ମନଛୁଆଁ, ନାଚ, ଗୀତ ପରିବେଷଣ କରିଥିଲେ। ଅତିଥିମାନେ ସେମାନଙ୍କୁ ପାଠପଢ଼ା ସାମଗ୍ରୀ ସହ ଅନ୍ୟାନ୍ୟ ଉପହାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରତ୍ନାକର, ଚିନୁ, ଲିଜା, ମିଲି, ପୂଜା, ଦେବସ୍ମିତା, ସାଗରିକା, ସଂଗ୍ରାମ, ପିଙ୍କି, ସନ୍ତୋଷ, କଳ୍ପନା, ସୁନୟନା ଓ ଭାଗ୍ୟଶ୍ରୀ ସମ୍ପାଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe