ରାଜଧାନୀରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ

Advertisment
ରାଜଧାନୀରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ଆଇ ଆର ସି ଭିଲେଜରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ  ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ ସମିତିର ମୁଖ୍ୟ ଡାକ୍ତର ସୁମନ ସୁନ୍ଦରାୟ କହିଥିଲେ ଯେ ଯକ୍ଷ୍ମା ବାୟୁ ବାହକ, ଯେହେତୁ ଏହା ବର୍ଷ ବୟସ, ଲିଙ୍ଗ ଏପରିକି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ହୋଇପାରେ, ତେଣୁ ଆମେ ସମସ୍ତେ ହାତ ମିଶାଇ ଏହି କାର୍ଯ୍ୟକ୍ରମକୁ ସଫଳ କରି ଆମ ଜିଲ୍ଲାରୁ ଟିବି ରୋଗକୁ ଦୂର କରିବାରେ ସକ୍ଷମ ହେବା। ପଟିଆ ଟିୟୁ ତରଫରୁ ପୁଷ୍ପିତା ପଟ୍ଟନାୟକ ଟିବି କେମିତି ବ୍ୟାପେ,ଏହାର ଲକ୍ଷଣ କଣ କଣ, ଏହାର ପ୍ରତିକାର କିପରି କରାଯାଇପାରିବ ସେ ଉପରେ ବିଶଦ ଭାବରେ ବର୍ଣ୍ଣନା କରି ବୁଝାଇଥିଲେ। ଭୁବନେଶ୍ୱର ମହାନଗର ନିଗମର ତିନି ଜଣ କର୍ପୋରେଟର ଉପସ୍ଥିତ ରହି ତାଙ୍କର ସହଯୋଗ ରହିବ ବୋଲି ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନସିକ ରୋଗ ଉପରେ ଡାକ୍ତର ତାଙ୍କ ମତାମତ ରଖିଥିଲେ।

publive-image

ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁମନ ସୁନ୍ଦରାୟ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଭୁବନେଶ୍ୱର, ଡାକ୍ତର ଏମ ଏସ ସମଦ ଖାନ୍, ଗୁରୁ ଚରଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ଅଧିକାରୀ, ପଟିଆ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପୁଷ୍ପିତା ପଟନାୟକ, ସାଗରିକା ରଥ, ରିଚ ଅନୁଷ୍ଠାନ ତରଫରୁ ଡାକ୍ତର ରୀତା ସାହୁ, ଅପରେସନ ଆଶା ତରଫରୁ ତପନ କୁମାର, ଏଚ.ଏଲ.ଏଫ.ପି.ପି.ଟି ତରଫରୁ  ରଶ୍ମିରଞ୍ଜନ ମହାନ୍ତି ଏବଂ କଳିଙ୍ଗ ଟିବି ସରଭାଇଭର ଜିଲ୍ଲା ସଂଯୋଜିକା ଏସ୍ ପୂଜା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe