ଜାତୀୟ ଉଠାଦୋକାନୀ ଦିବସ ପାଳିତ

Advertisment
ଜାତୀୟ ଉଠାଦୋକାନୀ ଦିବସ ପାଳିତ

ଭୁବନେଶ୍ବର: ଆଜି ୟୁନିଟ୍‌-୧ସ୍ଥିତ ଫଳ ଭେଣ୍ଡିଂ ଜୋନ୍‌ରେ ଜାତୀୟ ଉଠାଦୋକାନୀ ଦିବସ ପାଳିତ ହୋଇଯାଇଛି। ଉଠାଦୋକାନୀ ସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଉଠାଦୋକାନୀମାନଙ୍କ  ସମସ୍ୟା ଉପସ୍ଥାପନ କରିବା ସହ ସେମାନଙ୍କୁ ଭେଣ୍ଡିଂ ଜୋନ୍‌ ପ୍ରଦାନ କରିବାକୁ ଦାବି କରିଥିଲେ। ଉଚ୍ଛେଦ ପୂର୍ବରୁ ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ଥଇଥାନ କରିବାକୁ କହିଥିଲେ।  ମୁଖ୍ୟଅତିଥି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଠାଦୋକାନୀଙ୍କ ସହ ରାଜ୍ୟ ସରକାର ସବୁବେଳେ ଅଛନ୍ତି ବୋଲି କହିଥିଲେ। ଅନ୍ୟତମ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ ଯେ ଭୁବନେଶ୍ବର ମହାନଗର ନିଗମ ୨୧ହଜାର ୭୦୦ ଉଠାଦୋକାନୀଙ୍କୁ ପରିଚୟପତ୍ର ପ୍ରଦାନ କରିଛି। ଏହା ଏକ ରେକର୍ଡ। ଆଗାମୀ ଦିନରେ ସେମାନଙ୍କ ଉନ୍ନତି ପାଇଁ ସରକାର ଯୋଜନା କରୁଛନ୍ତି।

ବାତ୍ୟା ଫାଇଲିନ୍‌ବେଳେ ସେମାନଙ୍କୁ ୩ ହଜାର ଟଙ୍କା ଋଣ ଆକାରରେ ମିଳୁଥିଲା। ଏବେ ୧୦ ହଜାର ଟଙ୍କାର ଋଣ ମିଳୁଛି। ଏଥିରୁ ସେମାନଙ୍କୁ ୩ ହଜାର ଟଙ୍କା ଛାଡ଼ ମିଳିବ ବୋଲି ସେ କହିଥିଲେ।  ମାର୍କେଟ୍‌ ‌କମ୍ପ୍ଲେକ୍ସ ନିକଟରେ ଭେଣ୍ଡିଂ ଜୋନ୍‌ ପ୍ରତିଷ୍ଠାକୁ ଅଗ୍ରାଧିକାର ଦେବାକୁ ସରକାର ଯୋଜନା କରୁଛନ୍ତି ବୋଲି ଅନ୍ୟତମ ଅତିଥି ରାଜ୍ୟସଭା ସାଂସଦ ସୁବାସ ସିଂ କହିଥିଲେ। ଏସିପି ବିଷ୍ଣୁଚରଣ ପାତ୍ର କରୋନାବେଳେ ଉଠାଦୋକାନୀମାନଙ୍କ ସେବା ଅତୁଳନୀୟ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe