ମହାନଦୀ ଟ୍ରିବ୍ୟୁନାଲ୍‌ ଉପରେ ଜାତୀୟ ୱେବିନାର

Advertisment
ମହାନଦୀକୁ ଡେଇଁ ଯୁବକ ନିଖୋଜ

ଜାତୀୟ କମିଟି ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ, ସବୁଜ ମହାନଦୀ ମିସନ୍‌ର ହେବ ସାମାଜିକ ସମୀକ୍ଷା
ଭୁବନେଶ୍ବରର : ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ପକ୍ଷରୁ ଆଜି ମହାନଦୀ ଟ୍ରିବ୍ୟୁନାଲ୍‌ ଉପରେ ଏକ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଯାଇଛି। ମହାନଦୀର ପର୍ଯ୍ୟାବରଣ, ପ୍ରାକୃତିକ ପ୍ରବାହ ଓ ଓଡ଼ିଶାର ଜନଗଣଙ୍କ ସ୍ବାର୍ଥ ରକ୍ଷା ପାଇଁ ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।

ଓଡ଼ିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି. ଗୋପାଳ ଗୌଡ଼ା, ଜଳମାନବ ରାଜେନ୍ଦ୍ର ସିଂହ, ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟକରଙ୍କ ନେତୃତ୍ବରେ ଜାତୀୟ କମିଟି ଛତିଶଗଡ଼ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ପ୍ରୟାସ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହା ସହିତ ମହାନଦୀ ଟ୍ରିବୁନାଲ୍‌ରେ ଜନସାଧାରଣଙ୍କ ସ୍ବରକୁ ଉପସ୍ଥାପିତ କରିବା ପାଇଁ ମଧ୍ୟ ଉଦ୍ୟମ କରାଯିବ।

ଟ୍ରିିବ୍ୟୁନାଲ୍‌ରେ ସରକାରଙ୍କ ବ୍ୟତୀତ ସାଧାରଣ ଜନତା ବା ନାଗରିକ ସଂଗଠନ ପକ୍ଷ ରଖିବାର ସୁଯୋଗ ନାହିଁ। ଏହାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଚ୍ୟାଲେଞ୍ଜ କରିବା ସହିତ ଟ୍ରିବ୍ୟୁନାଲ୍‌ର ଶୁଣାଣି ସମୟରେ ଜନତାଙ୍କ ସ୍ବର କେମିତି ଉପସ୍ଥାପିତ ହୋଇପାରିବ ସେଥି ପାଇଁ ଦାବି କରାଯିବ। ଓଡ଼ିଶା ସରକାରଙ୍କ ବହୁଳ ପ୍ରସାରିତ ସବୁଜ ମହାନଦୀ ମିସନ୍‌ର ବାସ୍ତବ ଚିତ୍ରକୁ ଓଡ଼ିଶାବାସୀଙ୍କ ନିକଟରେ ଉପସ୍ଥାପିତ କରିବା ପାଇଁ ସାମାଜିକ ସମୀକ୍ଷାକୁ ମଧ୍ୟ ହାତକୁ ନିଆଯିବ। ୱେବିନାର ଆରମ୍ଭରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ‘ମହାନଦୀ ଟ୍ରିବ୍ୟୁନାଲ୍‌: ମହାନଦୀ ନ୍ୟାୟ ପାଇବ ତ?’ ଶୀର୍ଷକ ବିଷୟ ଉପରେ ଉପସ୍ଥାପନା କଲା ପରେ ଜଷ୍ଟିସ୍‌ ଗୋପାଳ ଗୌଡ଼ା, ରାଜେନ୍ଦ୍ର ସିଂହ, ମେଧା ପାଟକର, ପ୍ରଫୁଲ୍ଲ ସାମନ୍ତରାୟ, ବିଜୟ ପ୍ରଧାନ, ବାସୁଦେବ ଭଟ୍ଟ, ପ୍ରଫେସର ବିନାୟକ ରଥ, ଜୟକୃଷ୍ଣ ପାଣିଗ୍ରାହୀ, ଏସ୍.ଏନ୍. ପାତ୍ର, ପ୍ରଫେସର ସୁଧୀର ସାବତ, ପ୍ରଫେସର ଡି ସାହୁକାର, ପ୍ରଫେସର ବିନୋଦ ଭୋରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ, ପ୍ରଫେସର ବିନୋଦ ବୁଦ୍ଧଙ୍କର, ନରେନ୍ଦ୍ର ଚୁଗ୍ ୱେବିନାରକୁ ପରିଚାଳନା କରିଥିଲେ। ଯୁଗ୍ଧ ଆବାହକ ବାସୁଦେବ ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe