ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ-୨୦୨୩

ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ-୨୦୨୩

ଜଟଣୀ: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସାଲ୍ ଯୋଗ ସ୍ପୋର୍ଟସ୍ ଫେଡେରେସନ୍‌ର ମିଳିତ ସହଯୋଗରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇଦିନିଆ ନ୍ୟାସନାଲ ଯୋଗ ସ୍ପୋର୍ଟ୍ସ ଚାମ୍ପିଅନସିପ୍-୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଯେଉଁଥିରେ ଭାରତର ୨୨ଟି ରାଜ୍ୟରୁ ୩୫୦ରୁ ଊର୍ଦ୍ଧ୍ବ ଯୋଗ ଆଥଲେଟ୍ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଯୋଗଦେଇ କହିଲେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଯୋଗର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି।

ଏକ ସୁସ୍ଥ ଜୀବନଯାପନ ପାଇଁ ଆମ ସମସ୍ତଙ୍କୁ ଦୈନଦିନ ଜୀବନଶୈଳୀରେ ଯୋଗ ଅନ୍ତର୍ଭୁକ୍ତ କରିବା ଉଚିତ ବୋଲି କହିଥିଲେ। ଅନ୍ୟତମ ଅତିଥି ୟୁୱାଇଏସଏଫର ଅନ୍ତର୍ଜାତୀୟ ରାଷ୍ଟ୍ରପତି ସୁରେଶ କୁମାର, ୟୁଏସ୍ଏଫର ଭାରତ ଅଞ୍ଚଳର ରାଷ୍ଟ୍ରପତି ଜ୍ୟୋତି ସିଂ, ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ପ୍ରୋଗ୍ରାମ ଆସୋସିଏଟ୍ ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe