ଭାରତକୁ ଯୁବଶକ୍ତି ଉତ୍କର୍ଷର ଉଚ୍ଚତମ ସ୍ତରରେ ପହଞ୍ଚାଇବ: ନାଲ୍‌କୋ ଅଧ୍ୟକ୍ଷ

Advertisment

ଜାତୀୟ ଯୁବ ଦିବସ

ଜାତୀୟ ଯୁବ ଦିବସ

ଭାରତକୁ ଯୁବଶକ୍ତି ଉତ୍କର୍ଷର ଉଚ୍ଚତମ ସ୍ତରରେ ପହଞ୍ଚାଇବ: ନାଲ୍‌କୋ ଅଧ୍ୟକ୍ଷ

ଭୁବନେଶ୍ୱର : ଭାରତକୁ ଏହାର ଯୁବ ଶକ୍ତି ଉତ୍କର୍ଷତାର ନବୀନ ଓ ଉଚ୍ଚତମ ସ୍ତରରେ ପହଞ୍ଚାଇବ ଏବଂ ଜାତିକୁ ପ୍ରଗତି ପଥରେ ଅଗ୍ରସର କରିବ ବୋଲି ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ କହିଛନ୍ତି। ଭୁବନେଶ୍ୱରଠାରେ ’ମାନବ ଗଠନ - ଜାତି ନିର୍ମାଣ’ ଶୀର୍ଷକରେ ଆୟୋଜିତ ଜାତୀୟ ଯୁବ ଦିବସ ପାଳନ ଅବସରରେ ଡ. ଚାନ୍ଦ ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ଚାନ୍ଦ ଯୁବଗୋଷ୍ଠୀଙ୍କୁ ଜୀବନର ଲକ୍ଷ୍ୟ ହାସଲ ନିମନ୍ତେ ଶୃଙ୍ଖଳିତ, ସମର୍ପିତ ଏବଂ ନିଷ୍ଠାବାନ ହେବା ପାଇଁ ଆହ୍ଵାନ ଦେଇଥିଲେ। ବ୍ୟକ୍ତିର ନୈତିକତାକୁ ସୁନିଶ୍ଚିତ ଏବଂ ସୁଦୃଢ଼ କରିବା ପାଇଁ ଉତ୍ତମ ଭାବେ ସମନ୍ଵିତ ଶିକ୍ଷା ବ୍ୟବସ୍ଥା ଉପରେ ଡ. ଚାନ୍ଦ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଉତ୍ତମ ମନୁଷ୍ୟ ଗଠନ ପାଇଁ ଉଦ୍ଦିଷ୍ଟ ହେବା ଉଚିତ ବୋଲି ସେ କହିଥିଲେ।

ଏହି ଅବସରରେ ଡ. ଚାନ୍ଦ ଭାରତ ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ କାର୍ଯ୍ୟକ୍ରମ ଆଧାରରେ ନାଲ୍‌କୋ ଦ୍ୱାରା କାର୍ଯ୍ୟାନ୍ଵିତ ନାଲ୍‌କୋର ଅଲିଅଳ ଝିଅ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଯୋଜନା ମାଧ୍ୟମରେ କମ୍ପାନି ପକ୍ଷରୁ ବହୁ ସଂଖ୍ୟକ ଗରିବ ମେଧାବୀ ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ପ୍ରଦାନ କରାଯାଉଛି ବୋଲି ଡ. ଚାନ୍ଦ କହିଥିଲେ। ଏହା ଛଡ଼ା ଶିଶୁ, ମହିଳା, ଯୁବଗୋଷ୍ଠୀ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଦକ୍ଷତା ବିକାଶ ଜରିଆରେ ସେମାନଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ନାଲ୍‌କୋ ଉଦ୍ୟମ କରୁଛି ବୋଲି ସେ କହିଥିଲେ। ଏହି ସବୁ ପଦକ୍ଷେପ ଦ୍ୱାରା ନାଲ୍‌କୋ ଏକ ଉତ୍କଷ୍ଟ ଭାରତ ଗଠନରେ ସହଯୋଗ କରିପାରିବ ବୋଲି ଡ. ଚାନ୍ଦ ଆଶା ପ୍ରକାଶ କରିଥିଲେ।

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମଟି ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ (ଭୁବନେଶ୍ୱର ଶାଖା) ପକ୍ଷରୁ ଆୟୋଜିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମଠର ଯୁଗ୍ମ ସମ୍ପାଦକ ସ୍ୱାମୀ ଆର୍ଯ୍ୟାନନ୍ଦ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ (ଭୁବନେଶ୍ୱର ଶାଖା)ର ନଗର ପ୍ରମୁଖ ସନ୍ତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe