ପ୍ରକୃତି ନେଇଥିଲା ଦେଲା

ପ୍ରକୃତି ନେଇଥିଲା ଦେଲା

ଭୁବନେଶ୍ବର : ମେ ୩‌ତାରିଖରେ ବାତ୍ୟା ସାରା ରାଜଧାନୀରେ ପ୍ରଳୟ କଲା। ୫ଲକ୍ଷରୁ ଅଧିକ ଗଛ ଉପାଡ଼ି, ଭାଙ୍ଗି ବିଧ୍ବସ୍ତ କରିଦେଲା। ପ୍ରକୃତିର ଏହି କ୍ରୋଧ ରାଜଧାନୀର ସବୁଜିମାକୁ ପୂରା ଛାରଖାର କରିଦେଲା। ଯେଉଁଠି ଆଖି ପଡ଼ୁଥିଲା ସେଠାରେ ଖାଲି ଥୁଣ୍ଟା ଗଛ ଦେଖା ଯାଉଥିଲା। ଲକ୍ଷଲକ୍ଷ ଗଛ ଅଧାରୁ ଭାଙ୍ଗି ଯାଇଥିବା ବେଳେ ଯେତିକି ଗଛ ବଞ୍ଚିଥିଲା ସେଥିରୁ ଅଧିକାଂଶ ଗଛରେ ପତ୍ର କି ଫୁଲ ନଥିଲା। ହେଲେ ବାତ୍ୟାର କିଛି ଦିନ ପରେ ପୁଣି ଗଛ କଅଁଳିବା ଆରମ୍ଭ କରିଛି। କେଉଁଠି ପତ୍ର କଅଁଳୁଛି ତ କେଉଁଠି ଫୁଲ। ଥୁଣ୍ଟା ଗଛରେ ଏବେ ସବୁଜିମା ଭରି ହେଉଛି। ଯେମିତି ପ୍ରକୃତି କିଛି ମୁହୂର୍ତ୍ତରେ ରାଜଧାନୀରୁ ଛଡ଼େଇ ନେଇଥିବା ସବୁଜିମା ଫେରାଇ ଦେଉଛି। ଅପେକ୍ଷା ଦି’ ଅସରା ବର୍ଷାକୁ। ଏବେ ଯେମିତି ଗଛ କଅଁଳିବା ଆରମ୍ଭ କରୁଛି ଲାଗୁଛି ବର୍ଷା ଋତୁ ପରେ ରାଜଧାନୀର ଅଧା ସବୁଜିମା ଫେରି ଆସିବ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe