କନାନେଶ୍ଵର ମନ୍ଦିରରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା

Advertisment
କନାନେଶ୍ଵର ମନ୍ଦିରରେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା

ଭୁବନେଶ୍ୱର: ଆଜି ପଟିଆ ନିକଟସ୍ଥ କନାନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ନୂତନ ଭାବେ ନବଗ୍ରହ ବିଗ୍ରହ ପ୍ରତିଷ୍ଠା କରାଯାଇଛି । ମନ୍ଦିର କମିଟି ସଭାପତି ତଥା କର୍ମକର୍ତାଙ୍କ ଗହଣରେ ମହିଳାମାନେ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହାପରେ ପୂଜକମାନଙ୍କ ଦ୍ଵାରା ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇ ନୂତନ ଭାବେ ବିଗ୍ରହ ସ୍ଥାପନ କରାଯାଇଥିଲା । ଆଜି ଆରମ୍ଭ ହୋଇଥିବା ବିଗ୍ରହ ପ୍ରତିିଷ୍ଠା ଯଜ୍ଞର ଆହୁତି ତିନି ଦିନ ପର୍ଯ୍ୟନ୍ତ ଚାଲିବ ଓ ଆସନ୍ତା ଗୁରୁବାର ଦିନ ପୂର୍ଣ୍ଣାହୁତି ପ୍ରଦାନ କରାଯିବ।  ଏହି ଉପଲକ୍ଷେ ସକାଳୁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏଥିରେ ପଟିଆ ଫେଜ-୨ କଲୋନି ବାସିନ୍ଦା ଓ ଆଖପାଖର ଲୋକେ ସାମିଲ ହୋଇଥିଲେ । ଏହି ଉତ୍ସବରେ ବହୁ ଜନ ସମାଗମ ହୋଇଥିଲା।

ଏହି କାର୍ଯକ୍ରମରେ ସଚ୍ଚିଦାନନ୍ଦ ପାଣିଗ୍ରାହୀ, ପ୍ରସନ୍ନ କୁମାର ପଟ୍ଟନାୟକ, କେଦାର ନାୟକ, ପ୍ରଭାକର ପତି, ବ୍ରଜବନ୍ଧୁ ଷଡ଼ଙ୍ଗୀ, ପ୍ରତାପ କୁମାର ମହାନ୍ତି, ସାରଦା ଦାସ, ବୁବୁଲା ଭୂୟାଁ, ସୁଧୀର ଲେଙ୍କା ପ୍ରମୁଖ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର କର୍ମକର୍ତ୍ତା ଗଣ ‌ବିଭିନ୍ନ ଆୟୋଜନରେ ସାମିଲ୍ ହୋଇଥିଲେ । ଆୟୋଜନ କମିଟିର ଅନ୍ୟତମ ସଦସ୍ୟ ଗୀତାଞ୍ଜଳି ବିଶ୍ବାଳ, ଅନି ପାଣି, ଅନିମା ଲେଙ୍କା, ଶ୍ରୀମତୀ ପାଳିତ ପ୍ରମୁଖ ପୂର୍ଣ୍ଣାହୁତିରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗଦାନ କରିବାକୁ ଅନୁରୋଧ ଜଣାଇ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe