ଚେମେଡ଼େେଈଙ୍କ ପୀଠରେ ନବକୁମାରୀ ପୂଜା

ବାଲିପାଟଣା ବ୍ଲକ୍‌ ଅଧୀନ ସୁମୁଦି ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା’ ଚେମେଡ଼େଇଙ୍କ ପୀଠରେ ନବକୁମାରୀ ପୂଜା ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ୯ ଜଣ କୁମାରୀଙ୍କ ମଥାରେ ଚନ୍ଦନ...

Untitled-2

ବାଲିପାଟଣା: ବାଲିପାଟଣା ବ୍ଲକ୍‌ ଅଧୀନ ସୁମୁଦି ଗ୍ରାମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମା’ ଚେମେଡ଼େଇଙ୍କ ପୀଠରେ ନବକୁମାରୀ ପୂଜା ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଏହି ଅବସରରେ ୯ ଜଣ କୁମାରୀଙ୍କ ମଥାରେ ଚନ୍ଦନ, ସିନ୍ଦୁର ଓ ରଙ୍ଗବେରଙ୍ଗର କୁକୁମ ଟିକାରେ ସଜାଇ ମୁଣ୍ଡରେ ଓଢଣୀ ଏବଂ ମୁକୁଟ ପିନ୍ଧା ଯାଇଥିଲା।

 ଏହାପରେ କୁମାରୀମାନଙ୍କୁ ପିଠା, ମିଠା ଆଦି ନାନା ସୁସ୍ୱାଦୁ ବ୍ୟଞ୍ଜନ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା। କୁମାରୀ ପୂଜା ପରେ ତୁଳସୀ ବନ ପାଇଁ ପ୍ରସ୍ତାବିତ ୩ ଏକର ଜମିରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ତୁଳସୀବନରୁ ତୁଳସୀପତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟକୁ ପ୍ରତିଦିନ ପଠାଯିବ ବୋଲି ଗ୍ରାମବାସୀ କହିଛନ୍ତି। କାର୍ଯ୍ୟକ୍ରମରେ ଅଲୋକ ସ୍ୱାଇଁ, ପ୍ରତାପ ସାଇଁ, ପ୍ରସନ୍ନ ସାହୁ, ବଳରାମ ସେନାପତି, ଟୁଟୁ ଦାସ, ବିଶ୍ୱନାଥ ସେନାପତି, ସନ୍ତୋଷୀ ପ୍ରସନ୍ନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe