ନବୀନଙ୍କ ଦୁଇ ଘଣ୍ଟିଆ ରୋଡ୍‌ ସୋ’ : ରାଜଧାନୀରେ ଛାଇଗଲା ନବୀନ କ୍ରେଜ୍‌

Advertisment
ନବୀନଙ୍କ ଦୁଇ ଘଣ୍ଟିଆ ରୋଡ୍‌ ସୋ’ : ରାଜଧାନୀରେ ଛାଇଗଲା ନବୀନ କ୍ରେଜ୍‌

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଆଜି ଦ୍ବିତୀୟ ଦିନ ପାଇଁ ଭୁବନେଶ୍ବରରେ ରୋଡ୍‌ ସୋ’ କରିଛନ୍ତି। ସେ ଏକାମ୍ର ଭୁବନେଶ୍ବରର ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟର ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ସଂଧ୍ୟା ୭ଟା ୧୫ରୁ ରାତି ୯ଟା ୧୫ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ’ ମାଧ୍ୟମରେ ମାରାଥନ୍ ପ୍ରଚାର କରିଛନ୍ତି। ନବୀନଙ୍କୁ ଦେଖିବା ପାଇଁ ଆଜି ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିବାବେଳେ ଲୋକମାନେ ଶଙ୍ଖ ବଜାଇ, ହୁଳହୁଳି ପକାଇ ତାଙ୍କୁ ସ୍ବାଗତ କରିଥିଲେ। ଲଗାତାର ଦୁଇଦିନ ପ୍ରଚାର କରିବା ପରେ ଏବେ ରାଜଧାନୀରେ ନବୀନ କ୍ରେଜ୍‌ ଛାଇଯାଇଛି। ସବୁଠି ଏବେ ନବୀନଙ୍କ ଚର୍ଚ୍ଚା।

publive-image

ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟା ୭ଟା ୧୫ରେ ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ଅଶୋକ ପଣ୍ଡାଙ୍କ ପାଇଁ ଧଉଳି ଛକରୁ ପ୍ରଚାର ଆରମ୍ଭ କରିଥିଲେ। ‌ହାଇଟେକ୍ ବସ୍‌ରେ ଛିଡ଼ା ହୋଇ ନବୀନ ଭାଷଣ ଦେବା ସହ ଭୋଟ୍‌ ଦେବାକୁ କହିଥିଲେ। ଏହାପରେ ଲିଙ୍ଗିପୁର, ଶିଶୁପାଳ ଛକ, ସାମନ୍ତରାପୁର ଛକ, ଲିଙ୍ଗରାଜ ମନ୍ଦିର ସମ୍ମୁଖ, ବଢ଼େଇବାଙ୍କ, ତିନିମୁଣ୍ଡିଆ ଛକ, କୁଞ୍ଜପାଟଣା ସାହି, ରାମେଶ୍ବର ଛକ, ମ୍ୟୁଜିୟମ ଛକ, କଳ୍ପନା ଛକ, ବଡ଼ଗଡ଼ ହାଇସ୍କୁଲ ଛକ, କଳ୍ପନା ଛକରେ ପ୍ରଚାର କରିଥିଲେ। ବିଭିନ୍ନ ସ୍ଥାନରେ ନବୀନ ଭାଷଣ ଦେବା ସହ ହାତ ହଲାଇ, ନମସ୍କାର କରି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ।

publive-image

ସେହିପରି ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ନବୀନ ରାଜମହଲ ଛକରୁ ପ୍ରଚାର ଆରମ୍ଭ କରିଥିଲେ। ସେଠାରେ ଭାଷଣ ଦେବା ପରେ ପ୍ରଚାର ଗାଡ଼ି ମାଷ୍ଟରକ୍ୟାଣ୍ଟିନ, ରାମମନ୍ଦିର, ରୂପାଲି ଛକ ହୋଇ ପୁଣି ପଛୁଆ ରାଜମହଲ ଛକ ପର୍ଯ୍ୟନ୍ତ ଫେରିଥିଲେ। ସେଠାରୁ ଏଜି ଛକ, ଭୁବନେଶ୍ବର କ୍ଲବ, ରାଜଭବନ ଛକ, ଗୋପବନ୍ଧୁ ଛକ, ୟୁନିଟ-୮ ପାଠାଗାର, ୟୁନିଟ-୮ ଡିଏଭି ସ୍କୁଲ ଛକ, ସିଆରପି ଛକ ହୋଇ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଆସିଥିଲେ। ପଥରବନ୍ଧ ବସ୍ତିରେ ଅଳ୍ପ ସମୟର ଭାଷଣ ଦେଇ ସତ୍‌ସଙ୍ଗ ବିହାର, ମଞ୍ଚେଶ୍ବରରେ ପ୍ରଚାର କରିଥିଲେ। ଗତକାଲି ଭଳି ଆଜି ନବୀନଙ୍କ ଆଗରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ଶୋଭାଯାତ୍ରା କରି ଯାଇଥିଲେ। ସେହିପରି ସିନେ ଅଭିନେତ୍ରୀ ରିୟା ବି ପ୍ରଚାରରେ ସାମିଲ୍‌ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe