ନୂଆପଲ୍ଲୀ ଲକ୍ଷ୍ମୀପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା

Advertisment
ନୂଆପଲ୍ଲୀ ଲକ୍ଷ୍ମୀପୂଜା ସମିତି ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ନୂଆପଲ୍ଲୀ ଲକ୍ଷ୍ମୀପୂଜା ସମିତି ଓ ନୂଆପଲ୍ଲୀ ଯୁବ ପରିଷଦ କ୍ଲବ ପକ୍ଷରୁ ୧୩ତମ ଲକ୍ଷ୍ମୀପୂଜା ମହୋତ୍ସବ ପାଳିତ ହେଉଛି। ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୭ ଦିନ ବ୍ୟାପି ଅନୁଷ୍ଠିତ ହେବ। ୩୧ତାରିଖରେ ଉଦ୍‌ଯାପିତ ହେବାକୁ ଥିବା ଏହି ମହୋତ୍ସବ ଅବସରରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷକୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ, ସୁରେନ୍ଦ୍ର ପୃଷ୍ଟି, ଚନ୍ଦ୍ରଶେଖର ସାହୁ, ସାଇ ଶାସ୍ବତ, ଅସିତ୍‌ କୁମାର ଶତପଥୀ, କେଶବ ପାଣି, ସଦାନନ୍ଦ ରଣା ପ୍ରମୁଖ। ମହୋତ୍ସବର ୫ମ ଦିବସ ସନ୍ଧ୍ୟାରେ କର୍ପୋରେଟର ନବକିଶୋର ବେହେରା, ନୂଆପଲ୍ଲୀ ଲକ୍ଷ୍ମୀପୂଜା ସମିତି ସଭାପତି ତଥା କର୍ପୋରେଟର ନିଖିଳ ବଳବନ୍ତରାୟ, ସମ୍ପାଦକ ଦୀପକ ପଟ୍ଟନାୟକ, ଉପଦେଷ୍ଟା ଗୌତମ ବେହେରା, ସାମାଜିକ କର୍ମୀ ସାଗର ବଳବନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ୬ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଚଳିତବର୍ଷ ଏହି ପୂଜା ମଣ୍ଡପରେ ଟାଇଟନିକ୍‌ ତୋରଣ ପ୍ରମୁଖ ଆକର୍ଷଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe