ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣା : ରାଜ୍ୟ ବାହାରକୁ ଗଲା କମିସନରେଟ୍‌ ପୁଲିସ

ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣା : ରାଜ୍ୟ ବାହାରକୁ ଗଲା କମିସନରେଟ୍‌ ପୁଲିସ

ଭୁବନେଶ୍ବର : ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ସ୍ବତନ୍ତ୍ର ଟିମ୍‌ ରାଜ୍ୟ ବାହାରକୁ ଯାଇଛି। ମାମଲା ରୁଜୁ ହୋଇଥିବା ଖବର ପାଇବା ପରେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲି ଯାଇଥିବା ଖବର ପାଇବା ପରେ ଦୁଇଟି ଟିମ୍‌ ସେହିସବୁ ସନ୍ଦିଗ୍ଧ ଜାଗାକୁ ଯାଇଛି। ଖୁବଶୀଘ୍ର ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଲୁଲୁ ମହାପାତ୍ରଙ୍କ କନ୍ୟା ଉପାସନା ଓ ତାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି। ଏମାନେ ଲୁଚିଥିବା ଜାଗାକୁ ନେଇ ଗୁଇନ୍ଦା ସୂଚନା ସ୍ପଷ୍ଟ ହେବା ପରେ ଏହି ଚଢ଼ଉ ଜାରି ରହିଛି। ତେବେ ଶୁଭ୍ରାଂଶୁ ଇତିମଧ୍ୟରେ ଆଗୁଆ ଜାମିନ ଲାଗି ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି।

ଏ ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଆଉ ଗୋଟିଏ ଟିମ୍‌ ରାଜଧାନୀ ସମେତ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରଖିଛି। ଏତଲାରେ ଥିବା ଅଭିଯୁକ୍ତଙ୍କ ସହ ଏତଲା ବାହା‌ରେ ମଧ୍ୟ କିଛି ଅଭିଯୁକ୍ତ ରହିଥିବା ପୁଲିସ ସ୍ପଷ୍ଟ କରିଛି।

ଆଜି ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ନୂଆପଲ୍ଲୀରେ ଘରେ ପଶି ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଆମେ ତିନିଟି ଟିମ୍‌ ଗଠନ କରିଛୁ। ଏହି ତିନିଟି ଟିମ୍‌‌ ରାଜ୍ୟ ଭିତରେ ତଥା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe