୩ଟି ସମବାୟ ସଂସ୍ଥାଙ୍କୁ ଏନ୍‌ସିଡିସି ପୁରସ୍କାର

Advertisment
୩ଟି ସମବାୟ ସଂସ୍ଥାଙ୍କୁ ଏନ୍‌ସିଡିସି ପୁରସ୍କାର

ଭୁବନେଶ୍ବର: ସମବାୟ କ୍ଷେତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଥିବା କରିଥିବା ସଂସ୍ଥାଗୁଡ଼ିକୁ ରାଷ୍ଟ୍ରୀୟ ସହକାରୀ ବିକାଶ ନିଗମ(ଏନ୍‌ସିଡିସି) ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି। ମଧୁସୂଦନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଅପରେଟିଭ୍‌ ମ୍ୟାନେଜମେଣ୍ଟ ପରିସରରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ସମବାୟ ସମିତିର ରେଜିଷ୍ଟ୍ରାର୍‌ ତ୍ରିବିକ୍ରମ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମତ୍ସ୍ୟ ବିଭାଗ ନିର୍ଦେଶକ ପି.କେ ସେନାପତି, ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍‌ର ସଭାପତି ହେମନ୍ତ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏନ୍‌ସିଡିସିର ଆଞ୍ଚଳିକ ନିର୍ଦେଶକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ବ୍ୟାନର ପିଏସିଏସ୍‌ ଲିମିଟେଡ୍‌, ବାଲେଶ୍ବର ଜିଲ୍ଲାର ସନ୍ତୋଷପୁର ଏସ୍‌ସିଏସ୍‌ ଲିମିଟେଡ୍‌, ପାରାଦୀପସ୍ଥିତ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ବାଣିଜ୍ୟ ବିକାଶ ପ୍ରାଥମିକ ସମବାୟ ସମିତି ଲିମିଟେଡ୍‌କୁ ପୁରସ୍କୃତ କରାଯାଇଥିଲା‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe