ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ, ବିଭିନ୍ନ ସ୍ଥାନରେ ଗଛ ହଟାଇବାରେ ବ୍ୟସ୍ତ ଅଛନ୍ତି ଏନଡିଆରଏଫ ଟିମ

ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ, ବିଭିନ୍ନ ସ୍ଥାନରେ ଗଛ ହଟାଇବାରେ ବ୍ୟସ୍ତ ଅଛନ୍ତି ଏନଡିଆରଏଫ ଟିମ

Kanak News

ଭୁବନେଶ୍ୱର: ବାତ୍ୟା ବିଧ୍ୱସ୍ତ ଭୁବନେଶ୍ୱରରେ ପୁନଃରୁଦ୍ଧାର କାର୍ଯ୍ୟ ଜାରି ରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ଉପୁଡି ପଡିଥିବା ବିରାଟ ବିରାଟ ଗଛ ଏବେ ବି ପଡି ରହିଛି। ଏନଡିଆରଏଫ୍‌ ଟିମ୍‌ ସେସବୁକୁ ହଟାଇବା କାମ ଏବେ ବି ଜାରି ରଖିଛନ୍ତି। ଗଛ ଗୁଡିକୁ କଟରରେ କାଟି ରାସ୍ତା ସଫା କରୁଛନ୍ତି। ଜୟଦେବ ବିହାର ଛକଠାରୁ ମେ ଫେୟାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଖରେ ଚାଲିଛି ଏହି ପୁନଃରୁଦ୍ଧାର କାର୍ଯ୍ୟ।

ଗଛଗୁଡିକୁ ବିଦ୍ୟୁତ ତାର ଉପରେ ପଡିଥିବାରୁ ଏହା ସହରର ପୁନଃ ବିଦ୍ୟୁତକରଣ କରିବାରେ ବାଧକ ସାଜିଛି । ତେଣୁ ତୁରନ୍ତ ଏସବୁକୁ ସଫା କରିବାକୁ ଉଦ୍ୟମ ଜାରି ରହିଛି। ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତିରେ ଗଛ କଟା ଓ ବିଦ୍ୟୁତ୍‌ ସଜଡା କାମ ଚାଲିଛି। ଭୁବନେଶ୍ୱରରେ ସୋମବାର ୫ଟି ଫିଡରକୁ ସଂଯୋଗ କରାଯାଇଛି ବୋଲି ଶକ୍ତି ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି।

publive-image

ଆଜି ଆଉ ୫ଟି ଫିଡର ସ୍ୱାଭାବିକ ହେବ ବୋଲି ପୂର୍ବାନୁମାନ କରାଯାଉଛି। ସହିଦ ନଗର, ୟୁନିଟ୍‌-୬, ଗ୍ରୀଡ୍‌ କଲୋନୀ, ୟୁନିଟ୍‌ ୮, ବରଗଡ ବ୍ରିଟ୍‌ କଲୋନୀରେ ଫିଡର ଚାର୍ଜ ହୋଇଛି। ୧୦ ପ୍ରତିଶତ ଲୋକଙ୍କ ନିକଟରେ ବିଜୁଳି ପଂହଚିଛି। ଆଜି ୨୫ ପ୍ରତିଶତ ଅଂଚଳରେ ଏହି ସେବା ପହଁଚିବ। ଅଗ୍ନିଶମ ବିଭାଗର ୨୬୩ଟି ଟିମ୍‌ ଗଛକଟା କାମରେ ଲାଗିଛନ୍ତି। ଭୁବନେଶ୍ୱର ସହରରେ ୬୦ ପ୍ରତିଶତ ଅଂଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରିଥିବା ଶକ୍ତି ସଚିବ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe