ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲା: ୫ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ସାମନ୍ତ

Advertisment
ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲା: ୫ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ସାମନ୍ତ

ଭୁବନେଶ୍ୱର: ନିଟ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନ ପତ୍ର ଲିକ ମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ସିବିଆଇ ଗିରଫ କରିଛି। ଶନିବାର ଦିନ ଭୁବନେଶ୍ୱରରୁ ସୁଶାନ୍ତ ସାମନ୍ତଙ୍କୁ ଗିରଫ କରାଯାଇଛି। ପ୍ରଶ୍ନ ପତ୍ର ଲିକ କରି ଏହା ବାଣ୍ଟିବାରେ ସୁଶାନ୍ତଙ୍କ ଭୂମିକା ରହିଥିବା ନେଇ ସିବିଆଇ ତାଙ୍କୁ ଗିରଫ କରିଛି।

ଭୁବନେଶ୍ୱରରୁ ସୁଶାନ୍ତଙ୍କୁ ଗିରଫ କରାଯାଇ ପାଟନା ନିଆଯାଇ ସେଠାରେ କୋର୍ଟରେ ହାଜର କରାଯାଇଛି। ତେବେ ସିବିଆଇ ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ୫ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

×
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe