ଜନ୍ମଦିନରେ ନେତାଜୀଙ୍କୁ ସମ୍ମାନ ଏମିତି! ଅାବର୍ଜନାରେ ପ୍ରତିମୂର୍ତ୍ତି

Advertisment

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବରୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମୂର୍ତ୍ତିକୁ ବିଏମ୍‌ସି ପୁରୁଣା କାର୍ଯ୍ୟାଳୟସ୍ଥିତ ଅବର୍ଜନା ନିକଟରେ ରଖାଯାଇଛି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବରୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମୂର୍ତ୍ତିକୁ ବିଏମ୍‌ସି ପୁରୁଣା କାର୍ଯ୍ୟାଳୟସ୍ଥିତ ଅବର୍ଜନା ନିକଟରେ ରଖାଯାଇଛି।

fdfdaddf

ପୁରୁଣା ଭୁବନେଶ୍ବର: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପୂର୍ବରୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ମୂର୍ତ୍ତିକୁ ବିଏମ୍‌ସି ପୁରୁଣା କାର୍ଯ୍ୟାଳୟସ୍ଥିତ ଅବର୍ଜନା ନିକଟରେ ରଖାଯାଇଛି। ମହାପୁରୁଷଙ୍କୁ ଏପରି ଅସମ୍ମାନ ଓ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ଆଇନଜୀବୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି। 

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯେତେବେଳେ ଭୁବନେଶ୍ବର କୋର୍ଟର ନୂତନ ବିଲ୍‌ଡିଂ ନିର୍ମାଣ କରାଗଲା, ଜିଲ୍ଲା ପ୍ରଶାସନ ଏହାକୁ ସମ୍ମାନର ସହ ରଖିବ ବୋଲି କୁହାଯାଇଥିଲା। ହେ‌ଲେ ଦୁଇ ବର୍ଷ ହେବ ମୂର୍ତ୍ତି ପ୍ରତି କାହାରି ଆନ୍ତରିକତା ନଥିବା ପରି ଦୃଶ୍ୟମାନ ହେଉଛି। ବହୁବାର ଆଇନଜୀବୀ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି। ଏକ ଉଚିତ ସ୍ଥାନରେ ମହାପୁରୁଷଙ୍କୁ ରଖିବାକୁ ଦାବି କରାଯାଇଛି। ହେଲେ ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଇନାହିଁ। 

ଅନ୍ୟପଟେ ନେତାଜୀଙ୍କ ମୂର୍ତ୍ତିକୁ ଅସମ୍ମାନ ନେଇ ରାଷ୍ଟ୍ରୀୟ ସମ୍ମାନ ଆଇନ୍‌-୧୯୭୧କୁ ଅବମାନନା କରାଯାଇଛି ବୋଲି ପୂର୍ବରୁ ଅଭିଯୋଗ କରାଯାଇଥିଲା। ରାସ୍ତାରେ ଯାଉଥିବା ଲୋକେ ପ୍ରତିମୂର୍ତ୍ତି କଡ଼ରେ ପରିସ୍ରା ମଧ୍ୟ କରୁଛନ୍ତି। ଏହା ଅଧା ଭଙ୍ଗା ଅବସ୍ଥାରେ ପଡ଼ିରହିଥିବା ଅଭିଯୋଗ କରିଛି ସମାଜସେବୀ ମହାସଂଘ। ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା କହିଛନ୍ତି ଯେ ଏହି ରାସ୍ତା ଦେଇ, ପ୍ରାଶାସନିକ ଅଧିକାରୀଙ୍କଠୁ ନେତା ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବଡ଼ବଡ଼ିଆ ଯିବା ଆସିବା କରନ୍ତି। କିନ୍ତୁ କେବଳ ଜନ୍ମଦିନରେ ନେତାଜୀ ମନେପଡନ୍ତି। ଦୁଇବର୍ଷ ହେଲା ଏନେଇ କିଛି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe