ରାଜଧାନୀରେ ୬୮ ପଜିଟିଭ୍ ଚିହ୍ନଟ, ୩ ମୃତ

Advertisment
୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

ଭୁବନେଶ୍ୱର : ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ୩ଜଣ କରୋନା ରୋଗୀ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ସମସ୍ତ ମୃତକ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୫୦, ୬୩ ଓ ୬୬ବର୍ଷ ରହିଛି। ଫଳରେ ଭୁବନେଶ୍ବରରେ ମୃତକଙ୍କ ସଂଖ୍ୟା ୧୭୫କୁ ବୃଦ୍ଧି ପାଇଛି। ଖୋର୍ଧା ଗ୍ରାମାଞ୍ଚଳରେ ୬୪ଜଣ ପ୍ରାଣ ହରାଇଛନ୍ତି।

ଭୁବନେଶ୍ବରରେ ଗତ ୨୪ଘଣ୍ଟାରେ ୬୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୪ଜଣ ‌ସଙ୍ଗରୋଧରୁ ଓ ୫୪ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ସୂର୍ଯ୍ୟନଗର, ଭିଏସ୍‌ଏସ୍‌ ନଗର, ପଳାଶୁଣୀ, ପାଣ୍ଡରା, ରସୁଲଗଡ଼ ଓ ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯,୫୨୨କୁ ବୃଦ୍ଧି ପାଇଛି। ଦିନକରେ ୧୧୫ ରୋଗୀ ଚିହ୍ନଟ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୮,୩୯୫କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୯୩୧କୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe