କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଏମ୍‌ସି କମିସନର: ‘ବିଏମ୍‌ସି ଦାୟିତ୍ୱ ଆହ୍ୱାନ ନୁହେଁ, ଆନନ୍ଦ’

Advertisment

ଅନ୍‌ଲାଇନ୍‌, ଟିମ୍‌ୱାର୍କ, ସମୀକ୍ଷାକୁ ଗୁରୁତ୍ବ

ଅନ୍‌ଲାଇନ୍‌, ଟିମ୍‌ୱାର୍କ, ସମୀକ୍ଷାକୁ ଗୁରୁତ୍ବ

କାର୍ଯ୍ୟଭାର ଗ୍ରହଣ କଲେ ନୂଆ ବିଏମ୍‌ସି କମିସନର: ‘ବିଏମ୍‌ସି ଦାୟିତ୍ୱ ଆହ୍ୱାନ ନୁହେଁ, ଆନନ୍ଦ’

ଭୁବନେଶ୍ବର : ଭୁବନେଶ୍ୱର ମହାନଗର ନିଗମର ନୂଆ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ ଅମୃତା କୁଲାଙ୍ଗେ। ସୋମବାର ଅପରାହ୍‌ଣରେ ସେ ବିଏମ୍‌ସି ଅଫିସ୍‌ରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଥିଲେ। ଏହା ପରେ ମେୟର ସୁଲୋଚନା ଦାସଙ୍କୁ ସାକ୍ଷାତ କରି ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭୁବନେଶ୍ବର ମହାନଗର ନିଗମର କମିସନର ଦାୟିତ୍ବ ଆହ୍ବାନ ନୁହେଁ, ବରଂ ଆନନ୍ଦ ବୋଲି ଶ୍ରୀ କୁଲାଙ୍ଗେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ମେୟରଙ୍କ ଭଳି ସେ ଟିମ୍‌ୱାର୍କ ସହ ବିଭିନ୍ନ ପ୍ରକଳ୍ପର ନିୟମିତ ସମୀକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି। ବିଏମ୍‌ସିରେ ଶତପ୍ରତିଶତ କାମ କିଭଳି ଅନ୍‌ଲାଇନ୍‌ରେ ହେବ, ତାହା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି। କାର୍ଯ୍ୟ ପ୍ରଗତି ପାଇଁ ଉଭୟ କର୍ମଚାରୀ ଓ ନିଗମର ମିଳିତ ଚେଷ୍ଟାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଅପରାହ୍‌ଣରେ କର୍ମଚାରୀଙ୍କର ପରିଚୟ ଓ ଉପବିଭାଗୀୟ କାର୍ଯ୍ୟ ବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି।

ପରେ ଶ୍ରୀ କୁଲାଙ୍ଗେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌) କାର୍ଯ୍ୟାଳୟ ଯାଇ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେଠାରେ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ କମଲଜିତ୍‌ ଦାସ ତାଙ୍କୁ ସ୍ବାଗତ କରିଥିଲେ। ପରେ ପରେ କ୍ରୁଟ୍‌ କାର୍ଯ୍ୟାଳୟ ଯାଇ ସେଠାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେ ଆଇସିଓଏମ୍‌ସି (ଇଣ୍ଟିଲିଜେଣ୍ଟ ସିଟି ଅପରେସନସ ଆଣ୍ଡ ମ୍ୟାନେଜ୍‌ମେଣ୍ଟ ସେଣ୍ଟର) ବୁଲି ଦେଖିଥିଲେ। ଏହା କିଭଳି କାର୍ଯ୍ୟ କରୁଛି, ସେ ନେଇ ବିଏସ୍‌ସିଏଲ୍‌ ମହାପ୍ରବନ୍ଧକ ଶ୍ରୀ ଦାସ ତାଙ୍କୁ ଅବଗତ କରାଇଥିଲେ।
ଅନ୍ୟପଟେ ବିଦାୟୀ କମିସନର ସଞ୍ଜୟ କୁମାର ସିଂହଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏନେଇ ବିଏମ୍‌ସି‌ରେ ଆୟୋଜିତ ଏକ ସମାରୋହରେ ମେୟର ସୁଲୋଚନା ଦାସ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ସମୟ‌ରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଦୀର୍ଘ ୧୩ ମାସ କାର୍ଯ୍ୟକାଳ ଭିତରେ କୋଭିଡ୍ ପରିଚାଳନା, ମ୍ୟୁନିସିପାଲିଟି ନିର୍ବାଚନ ସୁପରିଚାଳନା ସହ ଇ-ଅଫିସ୍‌ ମଧ୍ୟ ସଫଳତାର ସହ କାର୍ଯ୍ୟକ୍ଷମ କରାଇଥିବା ସେ କହିଥିଲେ। ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଡେପୁଟି ମେୟର ମଞ୍ଜୁଲତା କହଁର, ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୁପକାର ଓ ପ୍ରୀତିନନ୍ଦା ରାଉତରାୟ ଏବଂ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାଶ, ଡେପୁଟି କମିସନର୍‌ ଶୁଭେନ୍ଦୁ ସାହୁଙ୍କ ସମେତ ବିଏମ୍‌ସିର ବରିଷ୍ଠ ଏବଂ ଉପବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe