କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସଗୃହ ନିର୍ମାଣର ଭୂମି ପୂଜନ

Advertisment
କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସଗୃହ ନିର୍ମାଣର ଭୂମି ପୂଜନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲଫ୍‌ ପାଣ୍ଠିରୁ ସୁନ୍ଦରପଦା ଗୋଖିବାବା ଲେପର୍ସି କଲୋନିର କୁଷ୍ଠ ରୋଗମୁକ୍ତ ବ୍ୟକ୍ତିଙ୍କ ୨୨ଗୋଟି ପରିବାର ପାଇଁ ପ୍ରାୟ ୧କୋଟି ୪୬ ଲକ୍ଷ ଟଙ୍କାରେ ଗୃହ ନିର୍ମାଣ ହେବ। ପ୍ରତ୍ୟେକ ପରିବାର ପାଇଁ ୨ ବଖରା ଘର ସହ ରୋଷେଇ ଘର ଏବଂ ଶୌଚାଳୟ ବ୍ୟବସ୍ଥା ରହିବ। ଗତ ଡିସେମ୍ବର ୨୮ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ଏବଂ ଗୋଖିବାବା କଲୋନି ପାଇଁ ୪କୋଟି ଟଙ୍କାର ଶିଳାନ୍ୟାସ କରିଥିବା ବେଳେ ଆଜି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଭୂମିପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର୍‌ ମଧୁସ୍ମିତା ପ୍ରଧାନ, ବିଏମ୍‌ସି ଅଧୀକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ ମିଶ୍ର, ପୂର୍ବତନ କର୍ପୋରେଟର୍ କୃଷ୍ଣ ସେଠି, ଛବୀନ୍ଦ୍ର ଜେନା, ଜିତେନ୍ଦ୍ର ନନ୍ଦ, ଦୀପକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe