ଶହେ ଦିନରେ ନୂଆ ପରିଷଦ

Advertisment

ବିଏମ୍‌ସିରେ ସିଟିଜେନ୍‌ ଇଣ୍ଟରଫେସ୍‌

ବିଏମ୍‌ସିରେ ସିଟିଜେନ୍‌ ଇଣ୍ଟରଫେସ୍‌

ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର: ବିଏମ୍‌ସିର ନୂଆ ପରିଷଦକୁ ପୂରିଛି ଶହେ ଦିନ। ଏହି ଅବସରରେ ବିଏମ୍‌ସି ଆୟୋଜନ କରିଥିଲା ସିଟିଜେନ୍‌ ଇଣ୍ଟରଫେସ୍‌। ସମସ୍ତ ୱାର୍ଡରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆଜି ୫୫ ନମ୍ବର ୱାର୍ଡରୁ ଆରମ୍ଭ ହୋଇଥିଲା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି କନଫରେନ୍ସ ହଲ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନତା ପ୍ରଶ୍ନ ପଚାରିଥିଲେ ଓ ନବନିର୍ବାଚିତ ପରିଷଦ ପ୍ରତିନିଧି ଉତ୍ତର ରଖିଥିଲେ। ଏଥିରେ ମୁଖ୍ୟ ପ୍ରସଙ୍ଗ ରହିଥିଲା ସ୍ବେରେଜ୍‌ ଓ ଜଳ ନିଷ୍କାସନ ସମସ୍ୟା। ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍, ଏସ୍‌ଏଚ୍‌ଜି, କ୍ଲବ ପ୍ରତିନିଧି, ବସ୍ତି ପ୍ରତିନିଧି ଓ ବରିଷ୍ଠ ନାଗରିକମାନେ ଭାଗ ନେଇଥିଲେ। ୫୫ ନମ୍ବର ୱାର୍ଡରେ ରହିଥିବା ଏହି ସବୁ ସମସ୍ୟାକୁ ଉପରେ ସେମାନେ ଅଙ୍ଗେ ନିଭାଇଥିବା ଅନୁଭୂତି ବର୍ଣ୍ଣନା କରିବା ସହ ସମସ୍ୟାର ସମାଧାନ ଚାହିଥିଲେ। ଅନେକ ସମସ୍ୟାର ସମାଧାନ ନେଇ କର୍ପୋରେଟର ନୃପେଶ ନାୟକ ପ୍ରତିଶ୍ରୁତି ଦେଇଥିବା ବେଳେ ଅନେକ କ୍ଷେତ୍ରରେ କମିସନର ବିଜୟ ଅମୃତା କୁଲାଙ୍ଗେ ହସ୍ତକ୍ଷେପ କରିଥିଲେ।

କେତେକ ଘରୋଇ ଜାଗାରେ ଆବର୍ଜନା ଗଦା ହୋଇ ରହୁଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ନାଗେଶ୍ବରଟାଙ୍ଗି ହାଉସିଂ ବୋର୍ଡ କଲୋନିରେ ନଳା ପାଣି ଘରେ ପଶି ଯାଉଥିବା ଅଭିଯୋଗ ହୋଇଥିଲା। ବିବେକାନନ୍ଦ ମାର୍ଗରେ କେତେକ ଆପାର୍ଟମେଣ୍ଟରେ ପାର୍କିଂ ଜାଗା ନଥିବାରୁ ରାସ୍ତା ଉପରେ ପାର୍କିଂ ହେଉଛି। ଏଣୁ ରାସ୍ତା ଜାମ୍‌ ହେଉଥିବା ଅଭିଯୋଗ ହୋଇଥିଲା। ଏହା ଛଡ଼ା ବିଭିନ୍ନ ଜାଗାରେ ସ୍ବେରେଜ୍‌ କାମକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଏ ନେଇ ମେୟର କହିଛନ୍ତି, ଶହେ ଦିନ ପୂର୍ତ୍ତି ଅବସରରେ ଜନସାଧାରଣଙ୍କ ସହ ଆଜିର ଏହି ମୁହାଁମୁହିଁ କାର୍ଯ୍ୟକ୍ରମ ଆମକୁ ଏକ ନୂଆ ଅଭିଜ୍ଞତା ଦେଇଛି। ପ୍ରତ୍ୟେକ ୱାର୍ଡରେ ଏଭଳି କାର୍ଯ୍ୟକ୍ରମ ରହିଛି। ଲୋକମାନଙ୍କ ପାଖରେ ପହଞ୍ଚିବା ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଗାମୀ ଦିନରେ ମଧ୍ୟ ଆମେ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କର ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରିବୁ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅତିରିକ୍ତ କମିସନର୍ ଲକ୍ଷ୍ମୀକାନ୍ତ ସେଠୀ ଓ ବିନୟ କୁମାର ଦାଶ ଏବଂ ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ। ଡେପୁଟି କମିସନର ମଞ୍ଜୁଲତା କହଁର ସମସ୍ତଙ୍କୁ ସ୍ବାଗତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe