ଦାୟିତ୍ବ ନେଲେ ନୂଆ ଡିସିପି

Advertisment
ଦାୟିତ୍ବ ନେଲେ ନୂଆ ଡିସିପି

ଭୁବନେଶ୍ୱର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ବ ନେଇଛନ୍ତି ଉମାଶଙ୍କର ଦାଶ। ଆଜି ପୁଲିସ ସେବା ଭବନ ପରିସରରେ ଡିସିପି ଦାୟିତ୍ବରେ ଥିବା ଅନୁପ କୁମାର ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସେହିଭଳି କଟକ ନୂଆ ଡିସିପି ଭାବରେ ପ୍ରତୀକ୍‌ ସିଂହ ମଧ୍ୟ ଦାୟିତ୍ବ ନେଇଛନ୍ତି। ତାଙ୍କୁ ଡିସିପି ଅଖିଳେଶ୍ବର ସିଂହ ଦାୟିତ୍ବ ହସ୍ତାନ୍ତର କରିଥିଲେ। ପୁଲିସ୍‌ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ପୁଲିସ ସେବା ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ ଡିସିପିଙ୍କ ପୋଷାକରେ କମିସନର କମିସନରେଟ୍‌ ପୁଲିସ ଲୋଗୋ ପିନ୍ଧାଇ ସ୍ବାଗତ କରିଥିଲେ।

ଭୁବନେଶ୍ବରର ନୂଆ ଡିସିପି ଶ୍ରୀ ଦାଶ କହିଥିଲେ, ଏବେ ଆମ ସମ୍ମୁଖରେ ଦୁଇଟି ଆହ୍ବାନ ରହିଛି। କୋଭିଡ୍‌-୧୯ ମୁକାବିଲା ସଫଳତାର ସହ କରିବାକୁ ଅଛି। ଅନ୍ୟଟି ହେଲା ପୁଲିସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବାକୁ ଅଛି। ଏଥିପାଇଁ ବରିଷ୍ଠ ଅଧିକାରୀମାନେ ମାର୍ଗଦର୍ଶନ ଦେବେ ଓ କନିଷ୍ଠ କର୍ମଚାରୀମାନଙ୍କ ସହ ଭୁବନେଶ୍ବର ଜନସାଧାରଣ ସହଯୋଗ କରିବେ। କଟକ ନୂତନ ଡିସିପି ପ୍ରତୀକ ସିଂହ କହିଥିଲେ, କଟକ ଏକ ଐତିହାସିକ ସହର ହୋଇଥିବାରୁ ସେଠାରେ ସେବା କରିବାର ମୋର ଆଗ୍ରହ ରହିଛି। ଆମ ସାମ୍ନାରେ ଅନେକ ନୂଆ ନୂଆ ଆହ୍ବାନ ରହିଛି। ସଂଗଠିତ ଅପରାଧ ଓ ଅନ୍ୟାନ୍ୟ ସମସ୍ତ ଅପରାଧକୁ ମୁକାବିଲା କରିବା ପାଇଁ ମୁଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ଅତିରିକ୍ତ କମିସନର ସଞ୍ଜୟ ସିଂହ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe