ନନ୍ଦନକାନନର ୨ ନୂଆ ଅତିଥି ମଣିପୁରୀ ହରିଣ ଓ ଗୁରାଣ୍ଡି ଛୁଆ

Advertisment
ନନ୍ଦନକାନନର ୨ ନୂଆ ଅତିଥି ମଣିପୁରୀ ହରିଣ ଓ ଗୁରାଣ୍ଡି ଛୁଆ

ବାରଙ୍ଗ: ପହିଲି କାର୍ତ୍ତିକ ରବିବାର ନନ୍ଦନକାନନ ପାଇଁ ଶୁଭ ଦିନ।  ନନ୍ଦନକାନନର ୨ ନୂଆ ଅତିଥି ଭାବେ ଜନ୍ମ ନେଇଛନ୍ତି ମଣିପୁରୀ ହରିଣ ଛୁଆ ଓ ଗୁରାଣ୍ଡି ଛୁଆ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୮ ’ଙ’ ଖୁଆଡ ମଧ୍ୟରେ ଏକ ମଣିପୁରୀ ହରିଣ ଛୁଆ ଜନ୍ମଲାଭ କରିଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି।  ଛୁଆଟିର ଲିଙ୍ଗ ଚିହ୍ନଟ ହୋଇ ନାହିଁ। ନନ୍ଦନକାନନରେ ଏହି ପ୍ରଜାତୀ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୬ଟି ଅଣ୍ଡିରା, ୫ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୪ଟି ଛୁଆ ଅଛନ୍ତି।

ସେହିଭଳି କ୍ଷୁଦ୍ର ସ୍ଥନ୍ୟପାୟୀ ଉଦ୍ୟାନ ପରିସରର ୩୭ ’ଗ’ ଖୁଆଡ ଗୁରାଣ୍ଡି ଘରେ ଏକ ଛୁଆ ଜନ୍ମ ଲାଭ କରିଛି। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି।  ଛୁଆଟିର ଲିଙ୍ଗ ଚିହ୍ନଟ ହୋଇ ନାହିଁ। ନନ୍ଦନକାନନରେ ଏହି ଖୁଦ୍ରକାୟ ହରିଣ ପ୍ରଜାତୀ ସଂଖ୍ୟା ୧୭କୁ ବୃଦ୍ଧି ହୋଇଛି।  ଏମାନଙ୍କ ମଧ୍ୟରେ ସମାନ ସଂଖ୍ୟକ ୫ଟି ଅଣ୍ଡିରା,ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୭ଟି ଛୁଆ ଅଛନ୍ତି।

ଗତ ଗୁରୁବାର ଅନ୍ଧାରୀ ଘରର ୮ ନମ୍ବର ଖୁଆଡ ମଧ୍ୟରେ ଏକ ଡାଳି ଓଧର ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ। ବର୍ତ୍ତମାନ ଆଉ ୮ଟି ଡାଳିଓଧ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe