ଏମ୍‌ସରେ ନୂଆ ନ୍ୟୁରୋସର୍ଜରି ମେସିନ୍‌

ଏମ୍‌ସରେ ନୂଆ ନ୍ୟୁରୋସର୍ଜରି ମେସିନ୍‌

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସର ନ୍ୟୁରୋସର୍ଜରି ବିଭାଗରେ ଏକ ନୂଆ ଅସ୍ତ୍ରୋପଚାର ମେସିନ୍‌ ପ୍ରତିଷ୍ଠା କରାଯାଇଛି। ୫୦ ଲକ୍ଷ ଟଙ୍କା ବିନିୟମରେ ଅଣାଯାଇଥିବା ଏହି ମେସିନ୍‌ ଦ୍ୱାରା ଏକ ସଫଳ ଅସ୍ତ୍ରୋପଚାର ମଧ୍ୟ କରାଯାଇଛି। ଓଡ଼ିଶାର କୌଣସି ହସ୍ପିଟାଲରେ ଏଭଳି ଅତ୍ୟାଧୁନିକ ଉପକରଣ ନଥିବାରୁ ନ୍ୟୁରୋସର୍ଜରି କ୍ଷେତ୍ରରେ ଭୁବନେଶ୍ୱର ଏମ୍‌ସ ଓଡ଼ିଶାର ଚିକିତ୍ସା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ବିଭାଗୀୟ ପ୍ରଫେସର୍‌ମାନେ କହିଛନ୍ତି। ବିଭାଗୀୟ ମୁଖ୍ୟ ପ୍ରଫେସର ରବିନାରାୟଣ ସାହୁଙ୍କ ସୂଚନାନୁସାରେ ଏହି ଅସ୍ତ୍ରୋପଚାର ଉପରକରଣକୁ ଇନ୍‌ଟ୍ରା ଅପରେଟିଭ୍‌ ନ୍ୟୁରୋଫିଜିଓଲୋଜିକାଲ୍‌ ମନିଟରିଂ(ଆଇଓଏନ୍‌ଏମ୍‌) କୁହାଯାଏ। ପୂର୍ବରୁ ନର୍ଭସ ସିଷ୍ଟମରେ ଅପରେସନ୍‌ କଲାବେଳେ ସର୍ଜନ୍‌ମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ, ଏହି ମେସିନ୍‌ର ସହଯୋଗ ନେବା ପରେ ଆଉ ସେ ସମସ୍ୟା ରହିବ ନାହିଁ। ନିରାପଦ ଅପରେସନ୍‌ ପାଇଁ ଏହି ମେସିନ୍‌ ବେଶ୍‌ ଉପାଦେୟ। ବିଶେଷକରି ବ୍ରେନ୍‌ ଓ ସ୍ପାଇନାଲ୍‌ କର୍ଡରେ ଅପରେସନ୍‌ କଲାବେଳେ ସର୍ଜନମାନଙ୍କୁ ଏହି ମେସିନ୍‌ ବହୁ ସାହାଯ୍ୟ କରୁଛି। ଅପରେସନ୍‌ ବେଳେ ମେସିନ୍‌ ସର୍ଜନମାନଙ୍କୁ ସମସ୍ତ ଟିକିନିଖି ତଥ୍ୟ ପ୍ରଦାନ କରୁଥିବାରୁ ସମ୍ପୂର୍ଣ ନିରାପଦ ଭାବେ ଓ କମ୍‌ ରିସ୍କରେ ରୋଗୀର ଅପରେସନ୍‌ କରାଯାଇ ପାରୁଛି। କେବଳ ସର୍ଜନ ନୁହନ୍ତି, ଏହି ମେସିନ୍‌ ଅସ୍ତ୍ରୋପଚାର ବେଳେ ଆନାସ୍ଥେସିଆ ଡାକ୍ତର ଓ ନ୍ୟୁରୋଫିଜିଓଲୋଜିଷ୍ଟଙ୍କୁ ମଧ୍ୟ ଜରୁରୀ ସୂଚନା ପ୍ରଦାନ କରୁଛି। ପ୍ରଫେସର ସାହୁଙ୍କ ସୂଚନାନୁସାରେ ଏଇ ନିକଟରେ ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ସ୍ପାଇନାଲ୍‌ କର୍ଡରେ ସଫଳ ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସ୍ପାଇନାଲ୍‌ କର୍ଡରେ ଟ୍ୟୁମର୍‌ ହୋଇଥିଲା ଓ ଏଥିପାଇଁ ସେ ପରାଲାସିସ୍‌ରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏହି ମେସିନ୍‌ ସହଯୋଗରେ ତାଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ସଫଳ ହୋଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଓ ପାରାଲିସିସ୍‌ରୁ ମୁକୁଳି ସେ ପୁଣି ଚଳପ୍ରଚଳ କରିପାରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe