ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଲିଗାଲ୍ ଆସିଷ୍ଟାଣ୍ଟ୍ସ ଆସୋସିଏସନ୍ (ମୋହରିର ସଂଘ)ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କୃଷ୍ଣଚନ୍ଦ୍ର ମିଶ୍ର ସଭାପତି ନିର୍ବାଚିତ ହୋଇଥିବା ବେଳେ ବସନ୍ତ କୁମାର ରାଉତ ଉପସଭାପତି, ଦିଲ୍ଲୀପ କୁମାର ମହାନ୍ତି ସମ୍ପାଦକ, ରଘୁନାଥ ବେହେରା ସହ ସମ୍ପାଦକ, ଗୋପବନ୍ଧୁ ସୁନ୍ଦରା କୋଷାଧ୍ୟକ୍ଷ ଏବଂ ରଶ୍ମିରଂଜନ ଦାସ ନାଟ୍ୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ମୋହନ ବେହେରା, ପ୍ରକାଶ ଚନ୍ଦ୍ର ଦାସ, ଏମ୍ ନାଗେଶ୍ୱର ରାଓ, ସଂଜୟ ବେହେରା, ପ୍ରଦୀପ କୁମାର ରଥ, ହିମାଂଶୁ ଶେଖର ପାଇକରାୟ ଏବଂ ଆର୍ତତ୍ରାଣ ନାୟକ ଏକ୍ଜିକ୍ୟୁଟିଭ୍ ବଡିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୋହରିର ସଂଘର ନୂତନ କର୍ମକର୍ତା ନିର୍ବାଚନ
Advertisment
Follow Us