ଭୁବନେଶ୍ୱର : ଉତ୍ତରା ଛକରେ ପ୍ରଥମ ଇନ୍ଡୋର୍ ପ୍ଲାଣ୍ଟ ନର୍ସରି ‘ଅରାଗ୍ରିନ୍ସ’ ରବିବାର ଉଦ୍ଘାଟିତ ହୋଇଛି। ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ ସୁବ୍ରତ ବାଗଚି ଓ ତାଙ୍କ ଧର୍ମପତ୍ନୀ ସୁସ୍ମିତା ବାଗ୍ଚି ଅତିଥି ଭାବେ ଯୋଗଦେଇ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଅରାଗ୍ରିନ୍’ର ମୁଖ୍ୟ ତଥା ଜଣାଶୁଣା ବ୍ୟବସାୟୀ ମହମ୍ମଦ ଏଖ୍ଲାକ୍ଙ୍କ କହିବାନୁଯାୟୀ, ଏହି ନର୍ସରିରେ ଅର୍କିଡ୍, ସୁକୁଲେଣ୍ଟ ବା ରସାଳ ତଥା କଣ୍ଟାଜାତୀୟ ଭଳି ୧୫୦ ପ୍ରକାରର ଛୋଟଛୋଟ ବୃକ୍ଷ ରହିଛି। ଏଭଳି ବୃକ୍ଷ ଦୂଷିତ ବାୟୁକୁ ସ୍ବଚ୍ଛ କରିବା ସହ ପରିବେଶର ସୁରକ୍ଷା କରିବାରେ ସହାୟକ ହେବ। ଏହି ସବୁ ବୃକ୍ଷର ଯତ୍ନ ନେବା ପାଇଁ ମଧ୍ୟ ଏଠାରେ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସମୟରେ ଇନ୍ଡୋର୍ ବୃକ୍ଷର ରକ୍ଷଣାବେକ୍ଷଣ କମ୍ ରହୁଥିବାରୁ ବଜାରରେ ଏହାର ବେଶ୍ ଚାହିଦା ରହିଛି ବୋଲି ସେ କହିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us