ହକି ବିଶ୍ବକପ୍‌ ପାଇଁ ବିଏମ୍‌ସିର ନୂଆ ଯୋଜନା: କାନ୍ଥରେ ଶୋଭା ପାଇବ ଲୋକଙ୍କ ମନକଥା

Advertisment
ସବୁ ୱାର୍ଡରେ ଆମିଷ ହାଟ ପାଇଁ ମେୟରଙ୍କୁ ଚିଠି

ଭୁବନେଶ୍ବର: ହକି ବିଶ୍ବକପ୍‌ ପାଇଁ ଭୁବନେଶ୍ବର ସଜେଇ ହେଉଛି। ଗତଥର ପରି ଏଥର ମଧ୍ୟ ରାଜଧାନୀର କାନ୍ଥବାଡ଼କୁ ଆକର୍ଷଣୀୟ କରିବା ପାଇଁ ସେଥିରେ ଓଡ଼ିଶାର କଳା, ସଂସ୍କୃତି, ମହାନ୍ ବ୍ୟକ୍ତିତ୍ବଙ୍କୁ ସ୍ଥାନ ଦିଆଯିବାକୁ ଯୋଜନା କରାଯାଉଛି। କିନ୍ତୁ ଏହାସହ ଏଥର ବିଏମ୍‌ସି କିଛି ନୂଆ ଭାବିଛି। ରାଜଧାନୀବାସୀଙ୍କ ମନ ଜିଣିବା ପାଇଁ ସେମାନଙ୍କ ମନର କଥା ଉପସ୍ଥାପିତ କରିବାକୁ ଯୋଜନା କରିଛି। ରାଜଧାନୀର କାନ୍ଥବାଡ଼‌ରେ କିଏ, କ’ଣ ଦେଖିବାକୁ ଚାହୁଁଛନ୍ତି ବା ଏଥିରେ କି’ ପ୍ରକାରର ଚିତ୍ର ହେବା ଆବଶ୍ୟକ, ତାହା ଜଣାଇବାକୁ ଲୋକଙ୍କୁ ବିଏମ୍‌ସି ଅନୁରୋଧ କରିଛି।

ଏଥିପାଇଁ ବିଏମ୍‌ସି ଟ୍ବିଟର୍‌ ହାଣ୍ଡେଲ୍‌ରେ ଏକ ଲିଙ୍କ୍‌ ଦିଆଯାଇଛି। ଏହି ଲିଙ୍କ୍‌କୁ କ୍ଲିକ୍‌ କଲେ ଯେ କେହି ନିଜର ଚିନ୍ତାଧାରା କିମ୍ବା ପରାମର୍ଶ ଦେଇପାରିବେ। ତାହାକୁ ଆଧାର କରି ବିଏମ୍‌ସି ରାଜଧାନୀ କାନ୍ଥକୁ ଚିତ୍ରିତ କରିବ। ଆସନ୍ତା ୧୦ତାରିଖ ସୁଦ୍ଧା ନିଜ ମତାମତ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତଥର ଭଳି ଏଥର ମଧ୍ୟ ‘ଷ୍ଟାମ୍ପ୍‌’ ଯୋଜନାରେ ରାଜଧାନୀର କାନ୍ଥବାଡ଼କୁ ଚିତ୍ରିତ କରିବାକୁ ଯୋଜନା ହୋଇଛି। କେନ୍ଦ୍ରୀୟ ଲଳିତ କଳା ଏକାଡେମି ଓ ଓଡ଼ିଶା ଲଳିତ କଳା ଏକାଡେମି ସହାୟତାରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ସ୍ବନାମଧନ୍ୟ କଳାକାରମାନେ ଏହି ଚିତ୍ର କରିବେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe