ଆସ୍ଥାର ନବ ଆଳୟ: ମନ୍ଦିର ପରିସରକୁ ଖଟା ମନା

କୁହାଯାଏ, ଯାହାର ଦେବାର ସାମର୍ଥ୍ୟ ଥାଏ; ଭଗବାନ ତାଙ୍କୁ କିଛି ମହତ କରିଯିବାର ଅବକାଶ ଦିଅନ୍ତି। ସେମିତି କିଛି ଘଟିଥିଲା ଜଳସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ମୁକୁନ୍ଦ ମହାପାତ୍ରଙ୍କ କ୍ଷେତ୍ରରେ। ଏକଦା ତାଙ୍କୁ ମହାଦେବ ଶିବଙ୍କର ସ୍ବପ୍ନାଦେଶ ହୋଇଥିଲା।

fshfshshfbxvbvxbv

ସସ୍ମିତା ସାହୁ

ଭୁବନେଶ୍ବର: କୁହାଯାଏ, ଯାହାର ଦେବାର ସାମର୍ଥ୍ୟ ଥାଏ; ଭଗବାନ ତାଙ୍କୁ କିଛି ମହତ କରିଯିବାର ଅବକାଶ ଦିଅନ୍ତି। ସେମିତି କିଛି ଘଟିଥିଲା ଜଳସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ମୁକୁନ୍ଦ ମହାପାତ୍ରଙ୍କ କ୍ଷେତ୍ରରେ। ଏକଦା ତାଙ୍କୁ ମହାଦେବ ଶିବଙ୍କର ସ୍ବପ୍ନାଦେଶ ହୋଇଥିଲା। ୟୁନିଟ୍‌-୮ ଅଞ୍ଚଳରେ ଏକ ମନ୍ଦିର ପ୍ରତିଷ୍ଠାର ନିର୍ଦ୍ଦେଶ ହୋଇଥିଲା। ଏହାପ‌ରେ ସ୍ବର୍ଗତ ମହାପାତ୍ର ମନ୍ଦିର ନିର୍ମାଣରେ ଲାଗିପଡ଼ିଥିଲେ। ସହର ମଝିରେ ୟୁନିଟ୍‌-୮ ଅଞ୍ଚଳରେ ଗଢ଼ି ତୋଳିଥିଲେ ଜଳେଶ୍ବର ମହାଦେବ ମନ୍ଦିର। ଏବେ ଏହି ମନ୍ଦିରକୁ ପାଇକନଗର, ଡେଲ୍‌ଟା, ୟୁନିଟ୍‌-୮ ଓ ‌ଗୋପବନ୍ଧୁ ନଗର ସହ ଆଖପାଖର ବହୁ ଶ୍ରଦ୍ଧାଳୁ ଯାଇ ଭିଡ଼ ଜମାଉଥିବା ବେଳେ ଜାଗର ଓ ରଥଯାତ୍ରା ସମୟରେ ଏଠାରେ ପାଦ ପକାଇବାକୁ ଜାଗା ନଥାଏ। ଆସନ୍ତୁ ଜାଣିବା ଏହି ମନ୍ଦିର ନିର୍ମାଣ ସମ୍ପର୍କରେ। 

ମନ୍ଦିରର ମୁଖ୍ୟ ପୂଜକ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ କହିବା ମୁତାବକ, ୧୯୮୦ ମସିହା କଥା। ସ୍ବର୍ଗତ ମହାପାତ୍ର ସ୍ବପ୍ନାଦେଶ ପାଇ ମନ୍ଦିର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଜଳସମ୍ପଦ ବିଭାଗର କିଛି ଜାଗା ‌ଷ୍ଟୁଆର୍ଟ ସ୍କୁଲ ନିକଟରେ ସେତେବେଳେ ଖାଲିପଡ଼ିଥାଏ। ଆଖପାଖର ସ୍ଥାନୀୟ ଲୋକ ଓ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ଏକାଠି କିଛି ଅନୁଦାନ ରାଶି ସଂଗ୍ରହ କରି ସେଠାରେ ଏକ ମନ୍ଦିର ନିର୍ମାଣ କରିବାକୁ ପ୍ରସ୍ତୁତ ହେଲେ। ସେହି ବର୍ଷ ହିଁ ମହାଦେବ ମନ୍ଦିର ଓ ମା’ ମଙ୍ଗଳାଙ୍କ ମନ୍ଦିର ପ୍ରତିଷ୍ଠା କରାଗଲା।  ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିର ପରିସରରେ ଗଣେଶ, ଲକ୍ଷ୍ମୀନାରାୟଣ ମନ୍ଦିର, ହନୁମାନ ମନ୍ଦିର, ନବଗ୍ରହ ମନ୍ଦିର, ସାବିତ୍ରୀ, ସନ୍ତୋଷୀ, ସରସ୍ବତୀ ଆଦି ମନ୍ଦିର ପ୍ରତିଷ୍ଠା ହୋଇଥିଲା। ଏବେ ୮ ମାସ ତଳେ ମନ୍ଦିର ପରିସରରେ ବଡ଼ ଆକାରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି। ପୂର୍ବରୁ ବି ଚତୁର୍ଦ୍ଧାମୂର୍ତ୍ତି ଏଠାରେ ରହିଥିବା ବେଳେ ଛୋଟ ମନ୍ଦିରଟିଏ ଥିଲା। ଏଣୁ ୨୩ ବର୍ଷ ହେ‌ଲା ମନ୍ଦିରରେ ରଥଯାତ୍ରା ବି ପାଳିତ ହୋଇଆସୁଛି। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ନିକଟସ୍ଥ କଲୋନିରେ ଥିବା ରାଧାକୃଷ୍ଣ ମନ୍ଦିରକୁ ମାଉସୀ ମା’ ମନ୍ଦିର ଭାବେ ବିଜେ କରିଥା’ନ୍ତି। 

ପୂଜକ ଶତପଥୀ କହିଛନ୍ତି, ମନ୍ଦିର ୧ ଏକରରୁ ଟିକେ ଅଧିକ ଜାଗାରେ ନିର୍ମାଣ ହୋଇଥିବା ବେଳେ ଶିବରାତ୍ରୀ ସମୟରେ ଏଠାରେ ସର୍ବାଧିକ ଭିଡ଼ ଦେଖିବାକୁ ମିଳେ। ପ୍ରତିଦିନ ସକାଳ ୫ଟାରୁ ଏଠାରେ ମଙ୍ଗଳ ଆଳତି ହେଉଥିବା ବେଳେ ୬ଟାରେ ଶୁଖିଲି ଭୋଗ ଠାକୁରମାନଙ୍କୁ ଲାଗୁ ହୋଇଥାଏ। ଦିନ ୧୨ଟାରେ ଏଠାରେ ସମସ୍ତ ଦେବଦେବୀଙ୍କୁ ଶଙ୍କୁଡ଼ି ଭୋଗ ଲାଗିହୁଏ। ମନ୍ଦିର ପରିସରରେ ମା’ ସନ୍ତୋଷୀ  ବିଦ୍ୟମାନ ଥିବାରୁ ମନ୍ଦିର ପରିସରରେ କୌଣସି ପ୍ରକାର ଖଟା ବ୍ୟଞ୍ଜନ ପ୍ରସ୍ତୁତ ବା ଲାଗି ହୁଏନାହିଁ। ଏଣୁ ଶଙ୍କୁଡ଼ି ଭୋଗରେ ଅନ୍ନ, ଡାଲ୍‌ମା, ଶାଗମୁଗ ଆଦି ପ୍ରସ୍ତୁତ ହୋଇଥାଏ। ଏହା କେବଳ ମନ୍ଦିର ମଧ୍ୟରେ ଠାକୁରମାନଙ୍କୁ ହିଁ ଲାଗି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe