ବାସହୀନଙ୍କ ସହ କାଟିଲେ ନୂଆବର୍ଷ

Advertisment
ବାସହୀନଙ୍କ ସହ କାଟିଲେ ନୂଆବର୍ଷ

ଭୁବନେଶ୍ୱର : ଜିରୋ ନାଇଟ୍‌ ଉତ୍ସବ ମନାଇବା ପାଇଁ ହୋଟେଲ୍‌ରେ ଯୁବବର୍ଗଙ୍କ ଭିଡ଼ ଜମିଥିବା ବେଳେ ବିଜେବି ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ବାସହୀନଙ୍କ ସହ ପାଳିଥିଲେ ନୂଆବର୍ଷ। ବାସହୀନଙ୍କୁ ଶୁଭେଚ୍ଛା ଜଣାଇବା ସହ କମ୍ବଳ ବାଣ୍ଟିଥିଲେ। ମେୟର ଅନନ୍ତ ନାରାୟଣ ଜେନା ମଧ୍ୟ ଏଥିରେ ସାମିଲ୍‌ ହୋଇଥିଲେ। ବିଭାଗୀୟ ମୁଖ୍ୟ ଡ. ନଳିନୀ ପାତ୍ରଙ୍କ ନେତୃତ୍ୱରେ ଡିସେମ୍ବର ୩୧ ରାତିରେ ରାଜମହଲ, ରେଳଷ୍ଟେସନ୍‌ ଓ ରାମମନ୍ଦିର ବୁଲିଥିଲେ ଛାତ୍ରଛାତ୍ରୀବୃନ୍ଦ। କମ୍ବଳ ବାଣ୍ଟିବା ସହ କେକ୍‌ ଓ ମିଷ୍ଟାନ୍ନ ବାଣ୍ଟି ବାସହୀନଙ୍କୁ ନାଚ ଗୀତରେ ମଜାଇଥିଲେ। ପୁଣି ନୂଆବର୍ଷର ପ୍ରଥମ ଦିନରେ ସକାଳୁ ବାସହରାଙ୍କୁ ମାଗଣା ବସ୍ତ୍ର ବାଣ୍ଟିଥିଲେ। ଲିପୁନ୍‌, ପ୍ରଣୟିନୀ, ବବ୍‌ଲୁ, ଅମିତାଭ, ସଂଗୀତା, ସ୍ମୃତି, ହିମାଂଶୁ, ସୁରଂଜିତା, ଦୀପକ, ସଂଗ୍ରାମ, ରୋନିତା, ଦୀକ୍ଷା, ସୁଦୀପ୍ତ, ପ୍ରସନ୍ନ, ଲୋନି, ସଂଘମିତ୍ରା, ଶୀତଲ, ଶିବ, ସଂଯୁକ୍ତା, ରାକେଶ, ରଶ୍ମୀ, ଶ୍ୟାମା, ଶାନ୍ତ, ଆଶୁ, ପଲ୍ଲବୀ ପ୍ରମୁଖ ଏଭଳି ମହତ୍ତର ଉତ୍ସବରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe