ନୂଆବର୍ଷରେ ଜମିଲା ଫୁଲ ବେପାର : ଆଶାଠାରୁ ଅଧିକ ବିକ୍ରି

ନୂଆବର୍ଷରେ ଜମିଲା ଫୁଲ ବେପାର : ଆଶାଠାରୁ ଅଧିକ ବିକ୍ରି

ଭୁବନେଶ୍ୱର : ନୂଆବର୍ଷରେ ଫୁଲଠାରୁ ଆରମ୍ଭ କରି ମିଠା ଦୋକାନ ପର୍ଯ୍ୟନ୍ତ ସବୁଠି ନାହିଁ ନଥିବା ଭିଡ଼ ଦେଖାଯାଇଥିଲା। ନୂଆବର୍ଷକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ବାହାରୁ ପର୍ଯ୍ୟାପ୍ତ ପରିମାଣର ଫୁଲ ମଗାଇଥିଲେ। ବିଶେଷକରି ଦେକାନୀମାନେ କୋଲକାତା, ବେଙ୍ଗାଲୁରୁ, ଥାଇଲ୍ୟାଣ୍ଡରୁ ଫୁଲ ମାଗାଇଥିଲେ। ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ଭଳିକି ଭଳି ଫୁଲ ମଗାଯାଇଥିଲା। ବ୍ୟବସାୟ ମଧ୍ୟ ଆଶାଠାରୁ ଅଧିକ ହୋଇଥିବା ଫୁଲ ବ୍ୟବସାୟୀମାନେ ମତ ଦେଇଛନ୍ତି।

୩୧ ତାରିଖ ରାତିଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଫୁଲ ଦେକାନରେ ପ୍ରବଳ ଭିଡ଼ ଥିବା ଦେଖାଯାଇଥିଲା। ପ୍ରାୟ ୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ସିଆର୍‌ପି, ଫାୟାର ଷ୍ଟେସନ୍‌, ଆଚାର୍ଯ୍ୟ ବିହାର, ବାଣୀବିହାର ପରି ଅନେକ ସ୍ଥାନରେ ଥିବା ଫୁଲ ଦୋକାନରେ ଭଲ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। ସିଆର୍‌ପିରେ ଫୁଲ ବ୍ୟବସାୟ କରୁଥିବା ମୁନୁଙ୍କ କହିବା ଅନୁଯାୟୀ ଆମେ ଏଥର ବିଭିନ୍ନ ଭେରାଇଟିର ଫୁଲ ଆଣିଥିଲୁ। ଏଥିରେ ଗ୍ଲାରିଏଲ, ଲିଲିୟମ, ଆନୋଲିଏମ୍‌, ଅରକିଟ୍‌, ଗରଗରା, ଡ୍ୟାଜି, ସ୍ନୋବଲ ଏଲେଷ୍ଟାର, ହ୍ଵାଇଟ ଷ୍ଟାର, ବେବି, ପିଓପି, ଡିଓପି ଫୁଲ ରହିଛି। ବେଶଷ କରି ଗୋଲାପ ଫୁଲ ଉପରେ ଚାହିଦା ଅଧିକ ରହିଛି। ଏହାର ଦାମ୍‌ ୨୦ଟଙ୍କା ରହିଛି। ଏହା ସହିତ ବିଭିନ୍ନ ପ୍ରକାର ଫୁଲ ତୋଡ଼ା ମଧ୍ୟ ବିକ୍ରି ହେଉଛି। ଯାହାର ଦାମ୍‌ ୧୦ଟଙ୍କାରୁ ଆରମ୍ଭ ହୋଇ ୧୨ହଜାର ପର୍ଯ୍ୟନ୍ତ ରହିଛି। ବିଭିନ୍ନ ଅଫିସର୍‌, ମନ୍ତ୍ରୀ, ସଂଗଠନରୁ ବରାଦ ହୋଇ ଫୁଲ ତୋଡ଼ା ତିଆରି କରାଯାଏ। ପ୍ରାୟ ୨ଲକ୍ଷ ଟଙ୍କାର ବିକ୍ରି ହୋଇଛି। ସେମିତି ବାଣୀବିହାର ନିକଟରେ ଥିବା ଜଗନ୍ନାଥ ଦାସଙ୍କ ଫୁଲ ଦେକାନରୁ ପାଖା ପାଖି ୭୦ହଜାର ଟଙ୍କାର ବ୍ୟବସାୟ ହୋଇଛି। ବ୍ୟବସାୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା। ତାଙ୍କ ଦେକାନରୁ ଲିଲିୟମ ଫୁଲ ଅଧିକ ବିକ୍ରି ହୋଇଛି। ସେହିପରି ଛୋଟ ଛୋଟ ଫୁଲ ତୋଡ଼ାକୁ ଗ୍ରାହକମାନେ ଅଧିକ କ୍ରୟ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe