ନବଜାତ ଶିଶୁପୁତ୍ରକୁ ବିକି ଦେଲା ଶଠ ପ୍ରେମିକ, ପୀଡ଼ିତା ମାନବାଧିକାର କମିସନଙ୍କ ଦ୍ବାରସ୍ଥ

Advertisment
ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ମନ୍ଦିରରେ ସିନ୍ଦୂର ପିନ୍ଧାଇ ବିବାହ କଲା। କିଛି ଦିନ ସଂସାର କରିବା ପରେ ନବଜାତ ଶିଶୁପୁତ୍ରକୁ ବିକି ଚମ୍ପଟ ମାରିଲା। ଏମିତି ଜଣେ ଭୟଙ୍କର ଶଠ ପ୍ରେମିକ ଦ୍ବାରା ପ୍ରତାରଣାର ଶିକାର ହୋଇଥିବା ମହିଳା ଏବେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସଠାରୁ ନ୍ୟାୟ ନ ପାଇ ସେ ମାନବାଧିକାର କମିସନଙ୍କୁ ଗୁହାରି କରିଛନ୍ତି।

କାହାଣୀଟି ଏମିତି। ନୟ‌ାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଏହି ପୀଡ଼ିତା ଯୁବତୀ ରୀନା (ଛଦ୍ମନାମ)ଙ୍କ ସହ ନୟାଗଡ଼ର ତପନ ପଲାଇଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୮ ମସିହାରେ ତପନ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ରୀନାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ପରେ ଯୁବତୀଙ୍କୁ ନେଇ ସେ ବେଙ୍ଗାଲୁରୁ ପଳାଇଥିଲା। ସେଠା‌ରେ ଏକ ସାଇ ମନ୍ଦିରରେ ସେମାନେ ବିବାହ କରିଥିଲେ। ଗତ ବର୍ଷ ସେମାନେ ସେଠାରୁ ଫେରି ଆସିଥିଲେ। ରୀନା ନିଜ ବାପାଙ୍କ ସହ ଖଣ୍ଡଗିରି ନିକଟରେ ଏକ ଭଡ଼ା ଘରେ ରହୁଥିବା ବେ‌ଳେ ତପନ ଗାଁକୁ ଚାଲି ଯାଇଥିଲା। ଏହା ପରେ ରୀନା ଗର୍ଭବତୀ ଥିବା ଜଣାପଡ଼ିଥିଲା। ଖବର ପାଇ ତପନ ରୀନାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ଔଷଧ ଦେଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା। ଗତ ମାର୍ଚ୍ଚ ୨୬ ତାରିଖରେ ଜୟଦେବ ବିହାରସ୍ଥିତ ଏକ ନର୍ସିଂହୋମ୍‌ରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। କିନ୍ତୁ ସେତିକିବେଳେ ତପନର ଅସଲ ଚେହେରା ପଦାକୁ ଆସିଥିଲା। କୌଶଳକ୍ରମେ ସେ ନବଜାତ ଶିଶୁକୁ ୫୦ ହଜାର ଟଙ୍କାରେ ବିକି ଦେଇଥିଲା ଓ ପରେ ପରେ ହଠାତ୍ ନିଖୋଜ ହୋଇ ଯାଇଥିଲା। ଏ ନେଇ ରୀନା ଥାନାରୁ ଆରମ୍ଭ କରି ଭୁବନେଶ୍ବର ଡିସିପିଙ୍କୁ ଗୁହାରି କରିଥିବା ଅଭିଯୋଗ କରିଛନ୍ତି। ମାତ୍ର କେଉଁଠୁ ବି ତାଙ୍କୁ ନ୍ୟାୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe