ଭୁବନେଶ୍ବର: ଆଜି ରାଜଧାନୀରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦ଜଣ ସୁସ୍ଥ ହୋଇଥିବା ସୋମବାର ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
କ୍ବାରେଣ୍ଟାଇନ କେନ୍ଦ୍ରରୁ ୨୦ଜଣ ଚିହ୍ନଟ ହୋଇଥିବା ବେଳେ ୭୦ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି। କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨୦ଜଣ ମଧ୍ୟରୁ ବଡ଼ଗଡ଼ରୁ ୫ଜଣ, ଚିନ୍ତାମଣିଶ୍ବରରୁ ୨ଜଣ, ଆଇଆରସି ଭିଲେଜରୁ ଜଣେ, ଜୟଦେବ ବିହାରରୁ ଜଣେ, କଳିଙ୍ଗ ନଗରରୁ ଜଣେ, ଖଣ୍ଡଗିରିରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲଡ ଟାଉନରୁ ଜଣେ, ପଳାସପଲ୍ଲୀରୁ ଜଣେ, ପଳାଶୁଣିରୁ ଜଣେ, ସାମନ୍ତରାପୁରରୁ ଜଣେ, ସୂର୍ଯ୍ୟନଗରରୁ ଜଣେ ଓ ଭିଏସଏସ ନଗରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।
/sambad/media/post_attachments/28d473a226caacbc150042e2036763c42b8d9d17fa00c1826b8c61887bbe2f2f.jpg)
ରାଜଧାନୀରୁ ଏଯାବତ ୨୯୭୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୭୬୦ଜଣ କୋଭିଡ ପଜିଟିଭ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।
Follow Us