୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
୨୪ଘଣ୍ଟା ମଧ୍ୟରେ ରାଜଧାନୀରୁ ୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜଧାନୀରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୪୮ଜଣଙ୍କ ମଧ୍ୟରୁ ସ୍ଥାନୀୟ ମାମଲା ଅଧିକ ରହିଛି। କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୧ଜଣ କୋଭିଡ ସଂକ୍ରମିତ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୭ଜଣ ରହିଥିବା ମଙ୍ଗଳବାର ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

Coronavirus explained: Symptoms, lockdowns and all your COVID-19 questions answered - CNET Cnet

କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟ‌ରେ ବମିଖାଲରୁ ୨ଜଣ, ଚନ୍ଦ୍ରଶେଖରପୁରରୁ ୪ଜଣ, ଜାଗମରା ଅଞ୍ଚଳରୁ ଜଣେ, କାନନ ବିହାର ଅଞ୍ଚଳରୁ ଜଣେ, ପଳାଶୁଣିରୁ ଜଣେ, ସାମନ୍ତରାପୁରରୁ ଜଣେ ଓ ସତ୍ୟନଗରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜଧାନୀରୁ ୬୪ଜଣ ସୁସ୍ଥ ହୋଇଥିବାବେଳେ ଏଯାବତ କୋଭିଡ ସୁସ୍ଥଙ୍କ ସଂଖ୍ୟା ୨୯୩୫୮ରେ ପହଞ୍ଚିଛି। ଏବଯାତ ଭୁବନେଶ୍ବରରେ ୩୦୨୨୭ଜଣ କରୋନା ମାମଲା ରହିଥିବା ବେଳେ ସକ୍ରିୟ ସଂଖ୍ୟା ୬୫୦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe