ରାଜଧାନୀରୁ ଚିହ୍ନଟ ହେଲେ ୧୫୯ ନୂଆ କୋଭିଡ ପଜିଟିଭ୍‌; ଜଣଙ୍କ ସଂସ୍ପର୍ଶରେ ଆସି ୪୪ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୦୨

ରାଜଧାନୀରୁ ଚିହ୍ନଟ ହେଲେ ୧୫୯ ନୂଆ କୋଭିଡ ପଜିଟିଭ୍‌; ଜଣଙ୍କ ସଂସ୍ପର୍ଶରେ ଆସି ୪୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀରୁ ୧୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୮ଜଣ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଓ ୪୧ଜଣ ସ୍ଥାନୀୟ ଅଞ୍ଚଳର ରହିିଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ସମୁଦାୟ ୨୧୫୦ଟି କରୋନା ସଂକ୍ରମଣ ସାମ୍ନାକୁ ଆସିଥିବା ବେଳେ ଏବେ ବି ୧୧୨୫ଟି ସକ୍ରିୟ କରୋନା ମାମଲା ରହିଛି। ଏଥିସହିତ ଦୁଃଖର ବିଷୟ ହେଲା କରୋନାରେ ଆକ୍ରାନ୍ତ ହୋଇ ୧୨ଙ୍କର  ମୃତ୍ୟୁ ହୋଇସାରିଲାଣି।

publive-image

କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୧୮ଜଣଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନୟାପଲ୍ଲୀର ୪୪ଜଣ ମହିଳା ଓ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆଇଗିରଇଆ ଆଳୁଗାଦିରୁ ଜଣେ କୋଭିଡ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୨୦ଜଣ ପୁରୁଷ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହିତ ଓଏବିରୁ ଜଣେ  କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୟୁନିଟ-୩ ଖାରବେଳ ନଗରର ୧୩ଜଣଙ୍କର କୋଭିଡ ରିପୋର୍ଟ ପିଜିଟିଭ୍‌ ଆସିଛି।

publive-image

ଏହାରି ଭିତରେ ଆଶ୍ୱସ୍ତିର ଖବର ଆସିଛି କି ଆଜି ରାଜଧାନୀରୁ ୧୦୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ନୂଆ ସୁସ୍ଥଙ୍କ ମିଶାଇଲେ ଭୁବନେଶ୍ୱରରେ ଏଯାବତ ୧୦୧୧ଜଣ କରୋନା ଆକ୍ରାନ୍ତ ସୁସ୍ଥଙ୍କୁ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe