ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୧୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୯୮ଜଣଙ୍କ ମଧ୍ୟରୁ ୧୦୪ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୪ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ଏଯାବତ ୫୪୮୭ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୮୮୭ଟି କରୋନା ସକ୍ରିୟ ମାମଲା ରହିଛି।
ରାଜଧାନୀର ରସୁଲଗଡ଼, ଜୟଦୁର୍ଗା ନଗର, ସତ୍ୟ ନଗର, ବିଜେବି ନଗର, ସାମନ୍ତରାପୁର, ଓଲଡଟାଉନ୍, ପୋଖରୀପୁଟ୍, ଏଜି କଲୋନି, ନୟାପଲ୍ଲୀ, ବାଣୀ ବିହାର, ବ୍ରିଟ୍ କଲୋନି,ବରମୁଣ୍ଡା ହାଉସିଂ ବୋର୍ଡ କଲୋନି, ରୁଚିକା ମାର୍କେଟ, ଭରତପୁର, ଭୀମପୁର, ଜୟଦେବ ବିହାର, ଗଜପତି ନଗର, କପିଳ ପ୍ରସାଦ, ଖଣ୍ଡଗିରି, ଡୁମଡୁମା ଓ ଚନ୍ଦ୍ରଶେଖର ବିଡିଏ କଲୋନି ଆଦି ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଦୁଇଜଣ ରେଳ କର୍ମଚାରୀ ନିକଟରେ ଦିଲ୍ଲୀରୁ ଫେରିଥିବା ବେଳେ ଖାରବେଳ ନଗରରୁ ଚିହ୍ନଟ ହୋଇଥିବା ପୁରୁଷ ଆକ୍ରାନ୍ତ ବାଙ୍ଗାଲୁରୁରୁ, ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ପୁରୁଷ ଆକ୍ରାନ୍ତ ଦିଲ୍ଲୀରୁ ଓ ସହିଦ ନଗରରୁ ଚିହ୍ନଟ ହୋଇଥିବା ପୁରୁଷ କରୋନା ଆକ୍ରାନ୍ତ ନିକଟରେ ଝାଡଖଣ୍ଡରୁ ଫେରିଥିବା ରେକର୍ଡରୁ ଜଣାପଡ଼ିଛି।
Al Jazeeraସେହିପରି ଆଜି ରାଜଧାନୀରୁ ୧୩୨ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଚିକିତ୍ସା ପରେ ଏମାନଙ୍କ ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏ ସମସ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା। ଏଯାବତ ରାଜଧାନୀରୁ ୩୫୬୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ରାଜଧାନୀର ୨୭ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
Follow Us