ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ। ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ଟି ସ୍ଥାନୀୟ ମାମଲା ରହିଥିବା ପ୍ରକାଶ କରିଛି ବିଏମସି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ରାଜଧାନୀରେ ୧୨୫୨ଟି କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୬୨୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବେ ବି ୬୧୪ଟି ସକ୍ରିୟ ମାମଲା ରହିଛି।
ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୧୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ନୟାପଲ୍ଲୀ ବେହେରା ସାହିରୁ ଜଣେ ମହିଳା, ରସୁଲଗଡ଼ ଜିଜିପି କଲୋନିରୁ ଜଣେ ପୁରୁଷ, ଶରଧାପାଲି ବସ୍ତି ଆମ୍ରି ହସ୍ପିଟାଲ ଅଞ୍ଚଳରୁ ଜଣେ ପୁରୁଷ, କୋଳଥିଆ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, ବଡ଼ଗଡ଼ ବ୍ରିଟ୍ କଲୋନିରୁ ଜଣେ ପୁରୁଷ, କଳିଙ୍ଗ ନଗର କେ-୮ ଅଞ୍ଚଳରୁ ବର୍ଷକର ଶିଶୁ ଓ ଜଣେ ମହିଳା, ଘରୋଇ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, ୟୁନିଟ-୪ ଭୁବନେଶ୍ୱର କ୍ଲବ ଅଞ୍ଚଳରୁ ଜଣେ ପୁରୁଷ, ଆଇଆରସି ଭିଲେଜ ଏନ୍-୩ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍ପିଟାଲର ତିନିଜଣ ପୁରୁଷ କର୍ମଚାରୀ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳରୁ ତିନିଜଣ ମହିଳା କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
ସେହିପରି ଚିହ୍ନଟ ହୋଇଥିବା ସ୍ଥାନୀୟ ମାମଲା ମଧ୍ୟରୁ ସତ୍ୟନଗର କାଳୀ ମନ୍ଦିର ଅଞ୍ଚଳରୁ ଜଣେ ମହିଳା, କୋଳଥିଆ ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍ପିଟାଲରୁ ଜଣେ ପୁରୁଷ ଓ ଚନ୍ଦକା ଏଲ୍ଭି ପ୍ରସାଦ ଆଇ ହସ୍ପିଟାଲ୍ରୁ ଜଣେ ପୁରୁଷ ଓ ଜଣେ ମହିଳାଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।
କରୋନାରୁ ସୁସ୍ଥ ହୋଇଥିବା ୪୯ଜଣଙ୍କ ମଧ୍ୟରେ ନୟାପଲ୍ଲୀ ବ୍ରିଟ୍ କଲୋନିରୁ ଜଣେ ପୁରୁଷ, ସତ୍ୟବିହାର ଅଞ୍ଚଳରୁ ଜଣେ ପୁରୁଷ, ସାଲିଆ ସାହିରୁ ଜଣେ ପୁରୁଷ, ୟୁନିଟ-୪ ଗଙ୍ଗାନଗର ଅଞ୍ଚଳରୁ ଜଣେ ବାଳକ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ତିନିଜଣ ପୁରୁଷ, ସହିଦ ନଗର ଅଞ୍ଚଳରୁ ଜଣେ ମହିଳା, ପାତ୍ରପଡ଼ା ଅଞ୍ଚଳରୁ ଜଣେ ମହିଳା, ବରମୁଣ୍ଡା ରୁଚିକା ମାର୍କେଟ ଅଞ୍ଚଳରୁ ଜଣେ ମହିଳା, ଅନ୍ୟ ଜିଲ୍ଲାର ଜଣେ ପୁୁରୁଷ ଓ ଜଣେ ମହିଳା ବାସିନ୍ଦା, ଗଙ୍ଗାନଗର ଅଞ୍ଚଳରୁ ଜଣେ ପୁରୁଷ, ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ମହିଳା, ନୟାପଲ୍ଲୀ ନୂଆ ସାହି ଅଞ୍ଚଳରୁ ଜଣେ ମହିଳା, ସରକାରୀ ହସ୍ପିଟାଲର ଦୁଇଜଣ ସିକ୍ୟୁରିଟି ଗାର୍ଡ, ବିଜେବି ନଗର ସରକାରୀ କାର୍ଯ୍ୟାଳୟ ଅଞ୍ଚଳରୁ ତିନିଜଣ ପୁରୁଷ, ସାମନ୍ତରାପୁର ଅଞ୍ଚଳରୁ ଜଣେ ପୁରୁଷ, ଓଲଡ ଟାଉନ୍ ବିବେକାନନ୍ଦ ମାର୍ଗ ଅଞ୍ଚଳରୁ ଜଣେ ପୁରୁଷ, ଶିଖରଚଣ୍ଡୀ ଉପରସାହି ଅଞ୍ଚଳରୁ ଜଣେ ପୁରୁଷ, ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଜିଲ୍ଲାର ପୁରୁଷ ବାସିନ୍ଦା ରହିଛନ୍ତି।
/sambad/media/post_attachments/86d04a4d68e9fef9af8a335eda82f17b1cd33b485c944694f50a8e0c264c9d9b.jpeg)
ସେହିପରି ବିଜେବି ନଗର କଳ୍ପନା ସ୍କୋୟାର ଅଞ୍ଚଳରୁ ଜଣେ ପୁରୁଷ, ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ, କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀ, କଳିଙ୍ଗନଗର ପାଣି ଟାଙ୍କି ଅଞ୍ଚଳରୁ ଜଣେ ପୁରୁଷ, କଳିଙ୍ଗନଗର ସମ୍ ହସ୍ପିଟାଲରୁ ଦୁଇଜଣ ମହିଳା,ପଳାଶପାଲି ବିମାନବନ୍ଦର ଅଞ୍ଚଳରୁ ଜଣେ ମହିଳା, ପାତ୍ରପଡ଼ା ଏମ୍ସ ଅଞ୍ଚଳରୁ ଦୁଇଜଣ ମହିଳା, କେଦାର ଗୌରୀ ବିହାର ଅଞ୍ଚଳରୁ ଜଣେ ବାଳକ, ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ ପୁରୁଷ, କୋଳଥିଆରୁ ଜଣେ ପୁରୁଷ, ଡୁମଡୁମା ସୁକା ବିହାର ଅଞ୍ଚଳରୁ ଜଣେ ପୁରୁଷ, ଲୁଇସ୍ ରୋଡ ଅରବିନ୍ଦ କଲୋନିରୁ ଜଣେ ମହିଳା, ଅନ୍ୟ ଜିଲ୍ଲାର ଦୁଇଜଣ ପୁରୁଷ ବାସିନ୍ଦା, ଭିମଟାଙ୍ଗୀ ପିପୁଲ ବସ୍ତି ଅଞ୍ଚଳରୁ ଜଣେ ବାଳକ, ସୁନ୍ଦରପଡ଼ା ଗୌରୀ ଧାମ୍ ଅଞ୍ଚଳରୁ ଜଣେ ପୁରୁଷ ଓ ଜଣେ ମହିଳା, କଳିଙ୍ଗନଗର ଅଞ୍ଚଳରୁ ଜଣେ ମହିଳା, ପାତ୍ରପଡ଼ା ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ଜିଲ୍ଲାର ଦୁଇ ଜଣ ମହିଳା ବାସିନ୍ଦା ଓ ଭିମଟାଙ୍ଗୀ ହାଉସିଂବୋର୍ଡ ଅଞ୍ଚଳରୁ ଜଣେ ପୁରୁଷ କରୋନାରେ ଆକ୍ରାନ୍ତ ହେବା ପରେ କୋଭିଡ ହସ୍ପିଟାଲ୍ରେ ଚିକିତ୍ସା ହେବା ପରେ ଆଜି ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Follow Us