‘ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ’

Advertisment

ବର୍ତ୍ତମାନ ସମୟରେ ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ ବୋଲି ନୂଆ ଓଡ଼ିଆ ଖବରକାଗଜ ‘ସର୍କାର’ର ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ହୋଟେଲ ଭିଭାନ୍ତଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା, ସମ୍ମାନିତ...

ବର୍ତ୍ତମାନ ସମୟରେ ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ ବୋଲି ନୂଆ ଓଡ଼ିଆ ଖବରକାଗଜ ‘ସର୍କାର’ର ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ହୋଟେଲ ଭିଭାନ୍ତଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା, ସମ୍ମାନିତ...

fhfsfhfhsfh

ଭୁବନେଶ୍ବର: ବର୍ତ୍ତମାନ ସମୟରେ ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ ବୋଲି ନୂଆ ଓଡ଼ିଆ ଖବରକାଗଜ ‘ସର୍କାର’ର ଉନ୍ମୋଚନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ହୋଟେଲ ଭିଭାନ୍ତଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା, ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ତଥା ‘ସର୍କାର’ର ପ୍ରତିଷ୍ଠାତା ସମ୍ପାଦକ ଜଗଦୀଶ ପ୍ରକାଶ ନାୟକ, ମୁଖ୍ୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଓ ସମ୍ପାଦକ ରବିନାରାୟଣ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ।

ନୂଆ ଖବରକାଗଜ ‘ସର୍କାର’ ଉନ୍ମୋଚିତ
ସୌମ୍ୟରଞ୍ଜନଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ବର୍ତ୍ତମାନର ପରିସ୍ଥିତିରେ ମୁଦ୍ରଣ ଶିଳ୍ପ ବିଭିନ୍ନ ସଙ୍କଟ ଦେଇ ଗତି କରୁଥିଲା ବେଳେ ଏକ ନୂଆ ଓଡ଼ିଆ ଖବରକାଗଜର ପ୍ରତିଷ୍ଠା ନିଶ୍ଚିତ ରୂ‌ପେ ସାହସର ବିଷୟ ବୋଲି ଅତିଥିମାନେ କହିଥିଲେ। ମୁଖ୍ୟଅତିଥି ଶ୍ରୀ ଚାୱଲା କହିଥିଲେ, ଖବରକାଗଜ ଏକ ଆହ୍ବାନପୂର୍ଣ୍ଣ ବ୍ୟବସାୟ। ଯାହା ଆପଣ ଦେଖୁଛନ୍ତି ଓ ଶୁଣୁଛନ୍ତି, ତାହାକୁ ଛାପନ୍ତୁ। ଗୁଜବ ତଥା ଭୁଲ୍‌ ତଥ୍ୟ ଉପସ୍ଥାପନ ଏକ ଖବରକାଗଜର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ ବୋଲି ସେ କହିଥିଲେ। ସେହିପରି ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନର ପରିସ୍ଥିତିରେ ଏକ ନୂତନ ଖବରକାଗଜ ଆରମ୍ଭ କରିବା କୌଣସି ଆହ୍ବାନଠାରୁ କମ୍‌ ନୁହେଁ। ସର୍କାରର ଉନ୍ମୋଚନ ପ୍ରମାଣିତ କରୁଛି ଯେ ଏବେ ବି ଖବରକାଗଜ ଶିଳ୍ପରେ ନିଶ୍ଚିତ ରୂପେ ଜୀବନ ରହିଛି।

‘ସର୍କାର’ ଏକ ପ୍ରଭାବୀ ଖବରକାଗଜର ଦାୟିତ୍ବ ନିର୍ବାହ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ପଟ୍ଟନାୟକ ‘ସର୍କାର’କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ‘ସର୍କାର’ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଥିଲେ ଯେ ‘ସର୍କାର’ ସାଧାରଣ ଜନତାଙ୍କୁ ସ‌ଚେତନ କରାଇବା ସହିତ ସବୁ ପକ୍ଷଙ୍କର ବିଚାର ଓ ମତାମତକୁ ଗୁରୁତ୍ବ ଦେବ।  ଏହି ଅବସରରେ ସମ୍ମାନିତ ଅତିଥି ତଥା ‘ସମ୍ବାଦ’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବା ସହିତ ଅନ୍ୟ ସମସ୍ତ ଅତିଥିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ସିନେକଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe