‘ବ୍ଲାକ୍‌ ସ୍ପଟ୍‌’ ଭାବେ ଜଣାଶୁଣା ତମାଣ୍ଡୋ ଓଭରବ୍ରିଜ୍‌ ନୂଆ କଟ୍‌ରେ ଜଳୁନି ନୂଆ ବ୍ଲିଙ୍କର୍‌

‘ବ୍ଲାକ୍‌ ସ୍ପଟ୍‌’ ଭାବେ ଜଣାଶୁଣା ତମାଣ୍ଡୋ ଓଭରବ୍ରିଜ୍‌  ନୂଆ କଟ୍‌ରେ ଜଳୁନି ନୂଆ ବ୍ଲିଙ୍କର୍‌

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ଓଭରବ୍ରିଜ୍ କଟ୍‌ରେ ନୂଆ କରି ଲାଗିଥିବା ବ୍ଲିଙ୍କର କାମ କରୁନାହିଁ। ମାତ୍ର ୩ ଦିନ କାମ କରିବା ପରେ ଏହି ସୋଲାର ବ୍ଲିଙ୍କର ଅଚଳ ହୋଇ ପଡ଼ିଛି। ଫଳରେ ଏହି ଜାତୀୟ ରାଜପଥର ‘ବ୍ଲାକ୍‌ ସ୍ପଟ୍‌’ ଭାବେ ଜଣାଶୁଣା ତମାଣ୍ଡୋ ଓଭରବ୍ରିଜ୍‌ରେ କରାଯାଇଥିବା ନୂଆ କଟ୍‌ ପୁଣି ବିପଜ୍ଜନକ ହୋଇପଡ଼ିଛି। ରାତିରେ ଏହି କଟ୍ ପାର୍ ହେବାକୁ ଯାଉଥିବା ଯାନବାହାନଗୁଡ଼ିକ ସମସ୍ୟାରେ ପଡ଼ୁଥିବା ଅଭିଯୋଗ ହେଉଛି। ନୂଆ କଟ୍‌ରେ ନିମ୍ନମାନର ବ୍ଲିଙ୍କର୍‌ ଲଗାଯାଇ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ,କଳିଙ୍ଗବିହାର କଟ୍‌କୁ ବନ୍ଦ କରି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ନୂଆ କଟ୍‌ କାର୍ଯ୍ୟକାରୀ କଲେ। ବିନା କୌଣସି ସୂଚନା ଫଳକରେ ପ୍ରାୟ ଗୋଟିଏ ସପ୍ତାହ ଯାଏ ଏହି ମୁକୁଳା ପଡ଼ି ରହିଲା। ପରେ କଟ୍‌ ସୂଚନା ଫଳକ ଓ ଦୁଇଟି ସୋଲାର୍ ବ୍ଲିଙ୍କର ଲାଇଟ୍ ପୋଷ୍ଟ ଲଗା ଯାଇଥିଲା। ପରିତାପର କଥା, ମାତ୍ର ୩ ଦିନ ପରେ ଏହି ନୂଆ ସୋଲାର୍ ବ୍ଲିଙ୍କର୍‌ ଅଚଳ ହୋଇପଡ଼ିଛି। ଫଳରେ ଦୁଇ ଦିନ ହେଲା ଏଠାରେ ରାସ୍ତା ପାର୍ ହେବାରେ ସମସ୍ୟା ସୃଷ୍ଟି ହେଉଛି। ଓଭରବ୍ରିଜ୍‌ର ଠିକ୍‌ ଆରମ୍ଭ ବା ଶେଷ ମୁଣ୍ଡରେ ଏହି କଟ୍ କରାଯାଇ ଥିବାରୁ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାତ‌ାୟାତ କରୁଥିବା ଗାଡ଼ିଗୁଡ଼ିକର ବେଗ ଅଧିକ ରହୁଛି। ତେଣୁ ଏଠାରେ ବ୍ଲିଙ୍କର୍‌ର ଆବଶ୍ୟକତା ରହିଛି। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏତେ ନିମ୍ନମାନର ବ୍ଲିଙ୍କର ଲଗାଇଛନ୍ତି ଯେ ମାତ୍ର ୩ ଦିନରେ ଅଚଳ ହୋଇପଡ଼ୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଖୋଦ୍‌ ଏନ୍‌ଏଚ୍ କର୍ତ୍ତୃପକ୍ଷ ହିଁ ତମାଣ୍ଡୋ ଓଭରବ୍ରିଜ୍‌ରୁ କଳିଙ୍ଗବିହାର ଛକ ପର୍ଯ୍ୟନ୍ତ ଅଂଶକୁ ‘ବ୍ଲାକ୍‌ ସ୍ପଟ୍‌’ ଭାବେ ଚିହ୍ନଟ କରିଛନ୍ତି ଓ ଏହା ମଧ୍ୟରେ କରାଯାଇଥିବା ଏହି ନୂଆ କଟ୍‌‌ରେ ଯଥେଷ୍ଟ ସତର୍କତା ପଦକ୍ଷେପ ଗ୍ରହଣ କରିନାହ‌‌ାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe