ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ୨୨ ଦିନର ଚନ୍ଦନ ଯାତ୍ରା ଗତ ବୁଧବାରଠାରୁ ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଚାପ ଖେଳୁଛନ୍ତି। ତେବେ ଦିନ ଚାପ ରାତିରେ ହେଉଛି ବୋଲି ସେବାୟତମାନେ କହିଛନ୍ତି। ପ୍ରକାଶ ଯେ, ମନ୍ଦିର ପ୍ରଶାସନ ପକ୍ଷରୁ ଚାପ ଅପରାହ୍ଣ ସାଢ଼େ ୫ଟାରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ମନ୍ଦିରରେ ସାହାଣମେଲା ଦର୍ଶନ ବନ୍ଦ ରହିବ। ଅପରାହ୍ଣ ସାଢ଼େ ୪ଟା ସୁଦ୍ଧା ପାଲିଙ୍କି ଓ ବିମାନ ସୁସଜ୍ଜିତ କରାଯିବ। ସାଢ଼େ ୫ଟା ସୁଦ୍ଧା ଦିପ୍ରହର ଧୂପ ଶେଷ କରାଯିବ। ଏହାପରେ ଠାକୁର ବାହାରି ବିନ୍ଦୁସାଗର କୂଳକୁ ଯିବେ ବୋଲି କୁହାଯାଇଥିଲା। ପ୍ରଥମ ଦିନ ସନ୍ଧ୍ୟା ୭ଟା ପରେ ଦେବଦେବୀ ବିନ୍ଦୁସାଗରକୁ ଯାଇଥିବା ବେଳେ ଦ୍ଵିତୀୟ ଦିନ ମଧ୍ୟ ସମାନ ଅବ୍ୟବସ୍ଥା ଦେଖା ଦେଇଥିଲା। ପରମ୍ପରା ଅନୁଯାୟୀ, ଦିନ ଥିବା ବେଳେ ଦିନ ଚାପ ଏବଂ ରାତି ହେଲେ ରାତି ଚାପ ହେବା ଉଚିତ ବୋଲି ସେବାୟତ ଶରତ ପଣ୍ଡା କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହନ୍ତି, ପ୍ରଥମ ଦିନ କପିଳନାଥ ଆସିବା ନେଇ ସେବାୟତମାନେ ଅପେକ୍ଷା କରିଥିଲେ। କିନ୍ତୁ କପିଳନାଥ ନ ଆସିବା ଜାଣିବା ପରେ ଠାକୁର ବାହାରିଥିଲେ। ଦ୍ଵିତୀୟ ଦିନରେ ସମର୍ଥା ସେବାୟତଙ୍କ ନିଅଂଶ ପାଳି ଥିବାରୁ କେହି ସେବା କରିବାକୁ ଆସି ନଥିଲେ। ଏହା ପରେ ମନ୍ଦିର ପ୍ରଶାସନ ଜଣେ ସମର୍ଥା ସେବାୟତଙ୍କୁ ମନେଇବା ପରେ ସମର୍ଥା ସେବାୟତ ଯୋଗ ଦେଇଥିଲେ। ଏଣୁ ବିଳମ୍ବ ହୋଇଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/04/m25-1.jpg)