ନିଆରା ନାଗା ସନ୍ନ୍ୟାସୀ ମହନ୍ତ ମୋହନ ଗିରି, ଆଜନ୍ମ ବ୍ରହ୍ମଚର୍ଯ୍ୟ ପାଳନ କରିଛନ୍ତି

Advertisment

ଦେଶ ବିଦେଶରେ ଅଛନ୍ତି ଅନେକ ଅନୁଗାମୀ

ଦେଶ ବିଦେଶରେ ଅଛନ୍ତି ଅନେକ ଅନୁଗାମୀ

ନିଆରା ନାଗା ସନ୍ନ୍ୟାସୀ ମହନ୍ତ ମୋହନ ଗିରି, ଆଜନ୍ମ ବ୍ରହ୍ମଚର୍ଯ୍ୟ ପାଳନ କରିଛନ୍ତି

ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେ​ଳାର ମୁଖ୍ୟ ଆକର୍ଷଣ ସାଜିଛନ୍ତି ମହନ୍ତ ମୋହନ ଗିରି ନାଗା ସନ୍ନ୍ୟାସୀ। ଆଜନ୍ମ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ପ୍ରଭୁ ସାଧନାରେ ନିଜକୁ ଉସର୍ଗ କରିଛନ୍ତି। ମଧ୍ୟପ୍ରଦେଶର ଜମିଦାର ବାପା ଅଚାନକ ଦିନେ ଜଣେ ନାଗା ସାଧୁଙ୍କ ସହିତ ତାଙ୍କୁ ଭେଟ କରାଇ ଦେଇଥିଲେ। ସେଦିନ କଣ ହେଲା କେଜାଣି ତାଙ୍କ ମନରେ ବୈରାଗ୍ୟ ଭାବ ହେଲା। ସେ ଘର ଛାଡ଼ି ତାଙ୍କ ସହିତ ଚାଲି ଆସିଲେ; ସେବେଠୁ ଆଉ ଘରକୁ ଫେରି ନାହାନ୍ତି। ରିଦ୍ଧି, ସିଦ୍ଧି ପ୍ରାପ୍ତି ପାଇଁ ସାଧନା କଲେ। ଦିନଦିନ ଧରି ନ ଖାଇ ଗୁମ୍ଫାରେ ରହିଛନ୍ତି, ଜଙ୍ଗଲରେ ବୁଲିଛନ୍ତି, ବରଫରେ କିଲୋମିଟର-କିଲୋମିଟର ଚାଲିଛନ୍ତି। ନାଗା ସାଧୁଙ୍କ ମଧ୍ୟରେ ବର୍ତ୍ତମାନ ସେ ଜମାତିଆ ମହନ୍ତର ଆଖ୍ୟା ପାଇଛନ୍ତି।

ମଝିମଝିରେ ଓଡ଼ିଶା ଆସି ମଣ୍ଡଳ ଗଠନ କରୁଛନ୍ତି। ଏଠାରେ କିଛି ବ୍ୟକ୍ତି ମଣ୍ଡଳେଶ୍ବରୀ କହୁଛନ୍ତି। ଜୀବନରେ କୌଣସି ସମସ୍ୟା ହେଲେ ଚିକିତ୍ସାଠାରୁ କୃଷି ଯାହା ପଚାରିଲେ ସେ ଉପଯୁକ୍ତ ମାର୍ଗ ଦେଖାଇ ପାରିବେ। ଏଥିପାଇଁ ଇଟାଲି, ବ୍ରିଟେନ, ଅଷ୍ଟ୍ରେଲିଆରେ ତାଙ୍କ ଶିଷ୍ୟ ଥିବା ମହନ୍ତ କହନ୍ତି। ତିନି ବର୍ଷ ପୂର୍ବରୁ ପ୍ରଥମ କରି ଖଣ୍ଡଗିରି ମାଘମେଳା ସମ୍ପର୍କରେ ସୂଚନା ପାଇ ଏଠିକୁ ଆସିଥିଲେ। ଏହାପରେ ମେଳା ପ୍ରତି ତାଙ୍କର ଆକର୍ଷଣ ବଢିଲା। ତାଙ୍କରି ପ୍ରୋତ୍ସାହନରେ ପ୍ରତି ବର୍ଷ ଅନେକ ନାଗା ସାଧୁ ଏଠାକୁ ଆସୁଛନ୍ତି। ଚଳିତ ବର୍ଷ ମହନ୍ତ ମୋହନ ଗିରି କିଛି ଦିନ ପୂର୍ବରୁ ଖଣ୍ଡଗିରି ଆସି ମେଳା ପ୍ରସ୍ତୁତିର ତଦାରଖ କରିଥିଲେ। ଯେଉଁଠି ପ୍ରଭୁଙ୍କ ଆମନ୍ତ୍ରଣ ହେବ ସେଠିକୁ ସେ ଯିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe