ଛାତ୍ରଛାତ୍ରୀ ଶ୍ରେଷ୍ଠତ୍ୱ ପ୍ରତିପାଦନ କରନ୍ତୁ

ନିଫ୍ଟର ଷଷ୍ଠ ଦୀକ୍ଷାନ୍ତ ସମାରୋହ

ଛାତ୍ରଛାତ୍ରୀ ଶ୍ରେଷ୍ଠତ୍ୱ ପ୍ରତିପାଦନ କରନ୍ତୁ

ଚନ୍ଦ୍ରଶେଖରପୁର: ଛାତ୍ରଛାତ୍ରୀମାନେ ଅନ୍ତର୍ନିହିତ ଶକ୍ତି, ସାମର୍ଥ୍ୟ, ସୁନ୍ଦରତା ଓ ଶ୍ରେଷ୍ଠତ୍ୱକୁ ଅନୁଭବ କରି ତା’ର ପ୍ରକାଶ ଓ ବିକାଶ ନିମନ୍ତେ ପ୍ରୟାସ କରନ୍ତୁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି। ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ୍‌ ଟେକ୍‌ନୋଲୋଜି(ନିଫ୍ଟ)ର ୬ଷ୍ଠ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ, ସୃଜନର ସମ୍ଭାବନା ଅସୀମ। ପ୍ରକୃତି ହେଉଛି ସୃଜନଶୀଳତାର ଏକ ଅନନ୍ୟ ନିଦର୍ଶନ। ପ୍ରକୃତିଠାରୁ ଶିକ୍ଷା ଗ୍ରହଣ କରିବା ଦରକାର। ଫେସନ୍‌ କେବଳ ଦୃଶ୍ୟମାନତାରେ ନ ଥାଏ, ଏହା ଅନୁଭବ ଓ ଉପଲବ୍ଧିରେ ରହିଛି। ଫେସନ୍‌ ଟେକ୍‌ନୋଲୋଜି କ୍ଷେତ୍ରରେ ବହୁ ସୁଯୋଗ ରହିଛି। ଏହାର ଉପଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିଫ୍ଟର ମହାନିର୍ଦେଶିକା ସାରଦା ମୁରଲୀଧରନ୍‌ ଯୋଗଦେଇ ଫେସନ୍‌ ଶିକ୍ଷା ଏବେ ପରିବ୍ୟପ୍ତ ହୋଇଛି। ବିଶ୍ୱ ତଥା ଜାତୀୟସ୍ତରରେ ନିଫ୍ଟର ୯୦% ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସାଂସଦ ପଦ୍ମ ବିଭୂଷଣ ରଘୁନାଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନିଫ୍ଟର ନିର୍ଦେଶକ ସଞ୍ଜୟ ଶ୍ରୀବାସ୍ତବ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଡିନ୍‌ ଶର୍ମିଳା ଦୁଆ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ୧୭୯ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଡିଗ୍ରି ଓ ୮ ଜଣଙ୍କୁ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe