ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ: ୧୧୧ଜଣ ଗଣିଲେଣି ସାଢ଼େ ୬୪ ହଜାର

ଖାରଜ ହେବ ୧୩୩ ଲାଇସେନ୍ସ

ରାଜଧାନୀରେ ରାତ୍ରିକାଳୀନ ପାଟ୍ରୋଲିଂ: ୧୧୧ଜଣ ଗଣିଲେଣି ସାଢ଼େ ୬୪ ହଜାର

ଭୁବନେଶ୍ବର: ରାଜଧାନୀରେ ଅପରାଧ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ମେ’ ଆରମ୍ଭରୁ ରାତ୍ରିକାଳୀଳ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ଭିତରେ ୧୧୧ ଜଣ ଅମାନିଆ ତଣ୍ଡ ଗଣିସାରିଥିବା ବେଳେ ୧୩୩ ଗାଡ଼ିଚାଳକଙ୍କ ଲାଇସେନ୍‌ସ ଖାରଜ ହେବ ବୋଲି ସୂଚନା ମିଳିଛି। ଏବେ ରାତି ୧୦ଟାରୁ ଭୋର୍‌ ୫ଟା ପର୍ଯ୍ୟନ୍ତ ନାଇଟ୍‌ ପାଟ୍ରୋଲିଂ ଚାଲିଛି। ସହରର ପ୍ରାୟ ୩୦ଟି ସ୍ଥାନରେ ରାତ୍ରିକାଳୀନ ଯାଞ୍ଚ ଓ ଅବରୋଧ ପ୍ରକ୍ରିୟା ଜାରି କରାଯାଇଛି। ରାଜଧାନୀରେ ସକ୍ରିୟ ଥିବା ଅପରାଧୀଙ୍କୁ ଧରିବା ପାଇଁ ଏଭଳି ପ୍ରକ୍ରିୟା ଚାଲିଥିବା ବେଳେ ଧରାପଡ଼ିଛନ୍ତି ଅମାନିଆ ଚାଳକ।

ଗତ ୩ ତାରିଖରୁ ୫ ତାରିଖ ଏହି ତିନି ଦିନ ମଧ୍ୟରେ ହୋଇଥିବା ଏହି ସ୍ପେସାଲ୍‌ ଡ୍ରାଇଭ୍‌ରେ ୧୧୧ଜଣ ଆଇନ ଉଲ୍ଲଂଘନକାରୀ ଗାଡ଼ିଚାଳକଙ୍କ ଠାରୁ ସାଢ଼େ ୬୪ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ନନ୍ଦନକାନନ ଥାନା ୧୮ ଜଣଙ୍କୁ ଜରିମାନା କରିଥିବା ବେଳେ ଖଣ୍ଡଗିରି ଥାନାରେ ୧୬ ଓ ଲକ୍ଷ୍ମୀସାଗର ଥାନାରେ ୧୧ ଜଣଙ୍କଠାରୁ ତଣ୍ଡ ଆଦାୟ କରାଯାଇଛି। ସୂଚନାନୁସାରେ ଜଣଙ୍କଠାରୁ ୧୮ହଜାର ଟଙ୍କା, ଅନ୍ୟ ଜଣଙ୍କଠାରୁ ୮ହଜାର ଓ ଜଣଙ୍କଠାରୁ ସାଢ଼େ ୫ହଜାର ଟଙ୍କା ଆଦାୟ କରାଯାଇଛି।

ସେହିପରି ୨ ଟ୍ରାଫିକ୍‌ ପୁଲିସ ଷ୍ଟେସନ ଦ୍ୱାରା ସର୍ବମୋଟ ୧୩୩ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଛି। ଏହି ପ୍ରକ୍ରିୟା ଚଳିତ ମାସ ୧୫ ତାରିଖ ଯାଏଁ ଚାଲୁ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପ୍ରତ୍ୟେକ ବ୍ଲକିଂ ପଏଣ୍ଟରେ ପୁଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୧୫ ଜଣ ଲେଖାଏଁ ସିଟି ପାଟ୍ରୋଲିଂ ଅଫିସର, ନୋଡାଲ୍‌ ଅଫିସର ଓ ସୁପର୍‌ଭାଇଜିଂ ଅଫିସର ଏହି ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ଏହାଛଡ଼ା ଭିକ୍ଟର କକ୍ଟ୍ରୋଲ ରୁମ୍‌ ଏବଂ ସିସିଟିଭି କଣ୍ଟ୍ରୋଲ ରୁମ୍‌ ମଧ୍ୟ ମିଳିତ ଭାବେ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe